ଭୁବନେଶ୍ୱର: ଶୀର୍ଷକ ପଢି ଆପଣ ଆଶ୍ଚର୍ଯ୍ୟ ହେଲେ କି ? କମେଡି କିଙ୍ଗ ପପୁ ପମପମ ନଣ୍ଡା ହୋଇନାହାଁନ୍ତି, ବରଂ ଏକ ନିଆରା ଗୀତ ଗାଇଛନ୍ତି ଯାହାର ଶୀର୍ଷକ କିଛି ଏଭଳି ରହିଛି | କିଛି ଦିନର ନିରବତା ପରେ ପୁଣି ପପୁ ଏକ ଧମାକାଦାର ଡ୍ୟାନ୍ସ ଆଇଟମ ଗୀତ ଗାଇବା ସହ ନିଜେ ଏହାକୁ ସ୍ୱରରେ ସଜାଇଛନ୍ତି | 'ନାଣ୍ଡି ଝିଅ ମତେ ନଣ୍ଡା କଲା ଲୋ ବୋଉ, ଭେଣ୍ଡା ଟୋକାକୁ ଭଣ୍ଡେଇ ଦିଅନ୍ତୁ ଲୋ ବୋଉ' ଶୀର୍ଷକରେ ପପୁ ଏହି ଗୀତକୁ ନିଆରା ଢଙ୍ଗରେ ଗାଇଛନ୍ତି |
ପ୍ରେମରେ ପଡିଲା ପରେ କିଭଳି ପ୍ରେମିକକୁ ପ୍ରେମିକା ହଇରାଣ କରିଛି, ସେ ସମ୍ପର୍କରେ ଗୀତରେ ବର୍ଣ୍ଣନା କରାଯାଇଥିବାର ଦେଖିବାକୁ ମିଳିଛି | ପ୍ରେମ ପାଇଁ କିଭଳି ପ୍ରେମିକ ହନ୍ତସନ୍ତ ହୋଇଛି ତାହାକୁ ନିଜ ବୋଉଙ୍କୁ କହୁଥିବା ନେଇ ଦୃଶ୍ୟାୟନ କରାଯାଇଛି | ଏହି ଗୀତଟିକୁ ସୁରେଶ ପଣ୍ଡା ଲେଖିଥିବାବେଳେ ପପୁଙ୍କ ସାଥି କଳାକାର ଭାବେ ସୋନାଙ୍କୁ ଦେଖିବାକୁ ମିଳିଛି |
ଏହି ଗୀତଟି ପାଇଁ ନୃତ୍ୟ ନିର୍ଦ୍ଦେଶନା ଓଲିଉଡ଼ର ଜଣାଶୁଣା ନିର୍ଦ୍ଦେଶକ ସୁଧାକର ବସନ୍ତ ଦେଇଥିବାବେଳେ ପ୍ରଯୋଜନା କରିଛନ୍ତି ପପୁଙ୍କ ପତ୍ନୀ ସଂଗୀତ ଶତପଥୀ | ପପୁ ପମପମ କ୍ରିଏସନ ୟୁଟ୍ୟୁବ ଚ୍ୟାନେଲରେ ଏହି ଗୀତଟି ଆଜି ରିଲିଜ ହୋଇଥିବାବେଳେ ଦର୍ଶକ ଏହାକୁ ବେଶ ପସନ୍ଦ କରିଛନ୍ତି |