ରାନୁ ମଣ୍ଡଳଙ୍କୁ ନକଲ କରି ପୁଣି ବିବାଦଘେରରେ ପପୁ ପମପମ୍

 ଭୁବନେଶ୍ବର: ପୁଣି ବିବାଦ ଘେରରେ ଓଲିଉଡର ହାସ୍ୟ ଅଭିନେତା ପପୁ ପମପମ୍ । ନିଜର ନୂଆ ସିନେମା ର ପୋଷ୍ଟରକୁ ନେଇ ପପୁ ଯେଉଁ ବିବାଦର ସାମ୍ନା କରିଥିଲେ, ସେଥିରୁ ସମ୍ପୂର୍ଣ୍ଣ ମୁକୁଳିନଥିବା ବେଳେ, ଏବେ ପୁଣି ଥରେ ଆଉ ଏକ ନୂଆ ଅଡୁଆ ସୂତାରେ ଛନ୍ଦି ହୋଇଯାଇଛନ୍ତି ଏହି ହାସ୍ୟ ଅଭିନେତା ।

ବର୍ତ୍ତମାନ ସମୟରେ ଯେଉଁ ମହିଳାଙ୍କୁ ନେଇ ଏବେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି, ତାଙ୍କୁ ମଧ୍ୟ ନକଲ କରିବାକୁ ପଛାଇ ନାହାନ୍ତି ପପୁ ।  ହଁ, ଆମେ ଆପଣଙ୍କୁ କହୁଛୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ସେନସେସନ୍ ପାଲଟିଥିବା ରାନୁ ମଣ୍ଡଳଙ୍କ କଥା । ହିମେଶ ରେଶମିୟାଁଙ୍କ ସହ ସେ ଯେଉଁ ଏକ ଗୀତ ସୁଟ୍ କରିଛନ୍ତି, ତାର ଏକ ଛୋଟିଆ ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇ ହୋଇଯାଇଛି । ଆଉ ଏହି ଗୀତ କୋଟି କୋଟି ଭାରତୀୟଙ୍କ ମନକୁ ଛୁଇଁଥିବା ବେଳେ, ଅନେକ ମଧ୍ୟ ଏହି ଭିଡିଓର ନକଲ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଆଉ ଏମାନଙ୍କ ତାଲିକାରେ ଏବେ ସାମିଲ ହୋଇଯାଇଛନ୍ତି ପପୁ ପମପମ୍ ।

Jitendra Prusti 发布于 2019年8月26日周一

ଭିଡିଓରେ ଦେଖିବାକୁ ମିଳିଛି, ଯେଉଁଭଳିଭାବେ ରାନୁ ମଣ୍ଡଳ ଗୀତ ଗାଉଥିଲେ ଏବଂ ତାଙ୍କ ପାଖରେ ହିମେଶ ରେଶମିୟାଁ ଛିଡା ହୋଇ ତାଙ୍କୁ ଉତ୍ସାହିତ କରୁଥିଲେ । ଠିକ୍ ସେହିପରି ପପୁ ଏକ ଶାଢି ପିନ୍ଧି ରାନୁ ମଣ୍ଡଳ ସାଜିଛନ୍ତି ଏବଂ ଆଉ ଜଣେ ବ୍ୟକ୍ତି ହିମେଶ ରେଶମିୟାଁଙ୍କ ଭଳି ତାଙ୍କୁ ଉତ୍ସାହିତ କରୁଛନ୍ତି । ରାନୁଙ୍କ ଭଳି ପପୁ ମଧ୍ୟ ରାନୁଙ୍କ ଭଏସରେ ଗୀତ ଗାଇ ନକଲ କରୁଛନ୍ତି । ତେବେ ପପୁ ଜଣେ ଅଭିନେତା ହୋଇ ମଧ୍ୟ, ପ୍ରତିକୂଳ ପରିସ୍ଥିତିରୁ ଚର୍ଚ୍ଚିତ ହୋଇଥିବା ରାନୁଙ୍କୁ ନକଲ କରିବା ଏବେ ବିବାଦର ବିଷୟ ହୋଇଛି।

ସମ୍ବନ୍ଧିତ ଖବର