ଆଗରୁ ବ୍ୟକ୍ତିଗତ କାରଣରୁ ବିବାଦରେ ଫସିଥିବା ହାସ୍ୟ ଅଭିନେତା ପପୁ ପମପମ ଏବେ ସିନେମାର ପୋଷ୍ଟର ପାଇଁ ବିବାଦ ଘେରରେ !

ଭୁବନେଶ୍ବର: ଓଡିଆ ସିନେଜଗତର ଜଣାଶୁଣା ହାସ୍ୟ ଅଭିନେତା ପପୁ ପମପମ ଅନେକ ସମୟରେ ବ୍ୟକ୍ତିଗତ କାରଣରୁ ବିବାଦରେ ରହି ଆସିଛନ୍ତି। ହେଲେ ଏବେ ନିଜର ଆଗାମୀ ସିନେମା ‘ମିଷ୍ଟର କହ୍ନେୟା’ର ପୋଷ୍ଟର ପାଇଁ ବିବାଦ ଘେରକୁ ଆସିଛନ୍ତି । ଗଣେଶ ପୂଜା ଅବସରରେ ମୁକ୍ତି ଲାଭ କରିବାକୁ ଯାଉଥିବା ପପୁଙ୍କର ଏହି ସିନେମାର ଏକ ପୋଷ୍ଟର ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। । ଏହି ପୋଷ୍ଟରରେ ପପୁ କେତେଜଣ ଯୁବତୀଙ୍କ ବେକରେ ରସି ବାନ୍ଧି ଲଗାମ ଧରିବା ପୋଜରେ ନଜର ଆସିଛନ୍ତି । ପପୁଙ୍କର ଏହି ଅବତାରକୁ ଦର୍ଶକ ପସନ୍ଦ କରିବା ପରିବର୍ତ୍ତେ କଡା ଭାଷାରେ ସମାଲୋଚନା କରିଛନ୍ତି । ଖାଲି ସମାଲୋଚନା ନୁହେଁ ସୋସିଆଲ ମିଡିଆରେ ଉଭୟ ପପୁ ଏବଂ ପ୍ରଯୋଜନା ସଂସ୍ଥାକୁ ବି ବିରୋଧ ମଧ୍ୟ କରିଛନ୍ତି ୟୁଜର୍ସ ।

ରିଲିଜ୍ ହୋଇଥିବା ପୋଷ୍ଟରରେ ପପୁଙ୍କର ଏଭଳି ଅବତାରକୁ ଅତି କଟାକ୍ଷ କରି ସୋସିଆଲ ମିଡିଆରେ ଟ୍ରୋଲ କରିଛନ୍ତି ୟୁଜର୍ସ । ଏହି ପୋଷ୍ଟରରେ ନାରୀମାନଙ୍କୁ ଏ କି ସମ୍ମାନ ଦିଆଯାଇଛି ବୋଲି କିଛି ୟୁଜର ପ୍ରଶ୍ନ କରିବା ସହ ସିନେମା ପ୍ରଯୋଜନା ସଂସ୍ଥାଙ୍କୁ ଏହି ପୋଷ୍ଟରଟିକୁ ତୁରନ୍ତ ହଟାଇ ଦେବାକୁ ଅନୁରୋଧ କରିଛନ୍ତି ୟୁଜର୍ସ । ଏହା ସିନେମା ଜଗତକୁ କୁଠାରାଘାତ କରୁଛି । ଟଙ୍କା ଲୋଭରେ ବଶବର୍ତ୍ତି ହୋଇ ଆମ ସଂସ୍କୃତି , ପରମ୍ପରା , ଇମୋସନ ଭୁଲି ନ ଯିବାକୁ ଅନୁରୋଧ କରିଛନ୍ତି ୟୁଜର୍ସ ।

papu
ସେପଟେ, ସୋସିଆଲ୍ ମିଡିଆରେ ସିନେମାର ଏଭଳି ପୋଷ୍ଟର ଭାଇରାଲ ହେବା ଏବଂ ସିନେମା ପ୍ରତି ଦର୍ଶକଙ୍କ ଅରୁଚିକର ମତାମତ ଆସିବା ପରେ ସ୍ପଷ୍ଟୀକରଣ ଦେଇଛି ପ୍ରଯୋଜନା ସଂସ୍ଥା । ଏଭଳି କୌଣସି ପୋଷ୍ଟର ଫିଲ୍ମ ପ୍ରଡକସନ ହାଉସ ପକ୍ଷରୁ ପ୍ରସ୍ତୁତ ହୋଇ ନଥିବା କହିବା ସହ ଏହା କୌଣସି ଫ୍ୟାନ କ୍ଲବର କାମ ହୋଇଥାଏ ପାରେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

ସୀତାରାମ ଅଗ୍ରୱାଲ୍ ଓ ନମିତା ଅଗ୍ରୱାଲଙ୍କ ପ୍ରଯୋଜିତ ସିଦ୍ଧାର୍ଥ ମ୍ୟୁଜିକର ୨୭ତମ ଚଳଚ୍ଚିତ୍ରରେ ପପୁଙ୍କୁ ନୂଆ ଅବତାର ଦେଖିବାକୁ ପାଇବେ ଦର୍ଶକ। ଏଥିରେ ଝିଲିକ୍ ଅଛନ୍ତି ନାୟିକା ଭୂମିକାରେ। ରମେଶ ରାଉତ ଏହାର ନିର୍ଦ୍ଦେଶକ।

ସମ୍ବନ୍ଧିତ ଖବର