ଲକ୍‌ ଡାଉନରେ ଘର, ବଗିଚା ସଫା କରୁଛନ୍ତି ଶିଳ୍ପା

ଲକ୍‌ଡାଉନରେ ଏବେ ଘରେ ଜୀବନ ବିତୁଥିବା ବେଳେ ଶିଳ୍ପା ସେଟ୍ଟୀ ନିଜ ଘର ଓ ବଗିଚା ସଫା କରୁଥିବା ବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏଥିସହ ସେ ଗଛରେ ପାଣି ଦେଉଥିବା ଓ ଜିମ୍‌ରେ ବ୍ୟାୟାମ କରୁଥିବାର ଫଟୋ ମଧ୍ୟ ଛାଡ଼ିଛନ୍ତି। ସେ ଭିଡିଓ ସେୟାର କରିବା ସହ କହିଛନ୍ତି, ଏ ସମୟରେ ଘର ଓ ବଗିଚା ସଫା କର। ଏହାଠୁ ଭଲ ବ୍ୟାୟାମ ଆଉ କିଛି ହୋଇନପାରେ। ଇନ୍‌ଷ୍ଟାଗ୍ରାମ୍‌‌ରେ ଛାଡ଼ିଥିବା ଏହି ଭିଡିଓକୁ ସାଢ଼େ ୪ଲକ୍ଷ ଥର ଦେଖାଗଲାଣି। ଶିଳ୍ପା ଖୁବ୍‌ଶୀଘ୍ର ହଙ୍ଗାମା-୨ ଓ ନିକମ୍ମା ଫିଲ୍ମ ଜରିଆରେ ପୁଣି ବଲିଉଡ୍‌ ଚଳଚ୍ଚିତ୍ରକୁ ଫେରିବାକୁ ଯାଉଥିବା ବେଳେ ତାଙ୍କର ପ୍ରଶଂସକମାନେ ଏହି ଭିଡିଓକୁ ଖୁବ୍‌ ପସନ୍ଦ କରୁଛନ୍ତି।

ସମ୍ବନ୍ଧିତ ଖବର