ପରଦା : ‘ମିସନ୍‌ ମଙ୍ଗଲ’ର ନିର୍ଦେଶକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ଅକ୍ଷୟ କୁମାର

ଅକ୍ଷୟ କୁମାରଙ୍କ ବଦାନ୍ୟତାର ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି। ଚଳଚ୍ଚିତ୍ର ‘ମିସନ ମଙ୍ଗଲ’ର ନିର୍ଦେଶକ ଜଗନ ଶକ୍ତି ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବାରୁ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ। ଏକ ପାର୍ଟି ଚାଲିଥିବା ସମୟରେ ଗତ ୨୫ତାରିଖରେ ତାଙ୍କୁ ହସ୍ପିଟାଲ୍‌କୁ ନିଆଯାଇଥିଲା। ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ମୁତାବକ ଜଗନଙ୍କ ହସ୍ପିଟାଲ୍‌ର ସମସ୍ତ ଖର୍ଚ୍ଚ ଅକ୍ଷୟ କୁମାର ବହନ କରିଛନ୍ତି। କେବଳ ଜଗନ ନୁହନ୍ତି, ଅନ୍ୟ ନିର୍ଦେଶକଙ୍କ ସହ ମଧ୍ୟ ତାଙ୍କର ବହୁତ ଭଲ ସମ୍ପର୍କ ରହିଛି। ଅକ୍ଷୟ ସାମାଜିକ କର୍ମରେ ନିୟୋଜିତ ହେବା ଖବର ଅନେକ ଥର ସାମ୍ନାକୁ ଆସିଛି। ତେଣୁ ଯେତେବେଳେ ଅକ୍ଷୟଙ୍କୁ ଜଗନଙ୍କ ସମ୍ପର୍କରେ ଖବର ମିଳିଲା ସେତେବେଳେ ସେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବା ସହ ଜଗନଙ୍କ ପରିବାରବର୍ଗଙ୍କୁ ସାନ୍ତ୍ବନା ଦେଇଥିଲେ। ତେବେ କେବଳ ସେତିକିରେ ସେ ସୀମିତ ରହିଯାଇନଥିଲେ। ବରଂ ଜଗନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଖବର ପାଇବା କ୍ଷଣି ହସ୍ପିଟାଲ୍‌କୁ ପ୍ରଥମେ ଆସି ପହଞ୍ଚିଥିଲେ। ଫିଲ୍ମ ନିର୍ମାତା ଆର୍‌ ବାଲ୍‌କିଙ୍କ କହିବା ମୁତାବକ ଜଗନଙ୍କ ଅପରେସନ୍‌ ସଫଳ ହୋଇଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି।

ସମ୍ବନ୍ଧିତ ଖବର