ପରଦା: ବିରତି ନେଲେ ସଞ୍ଜୁ

ସାମୟିକ ସମୟ ପାଇଁ କାମରୁ ବିରତି ନେଇଛନ୍ତି ସଞ୍ଜୟ ଦତ୍ତ। ସ୍ବାସ୍ଥ୍ୟଗତ ସମସ୍ୟା ଓ ଚିକିତ୍ସା ପାଇଁ ସେ କିଛି ଦିନ ବିଶ୍ରାମ ନେବେ। ତେବେ ଏଥିପାଇଁ ବ୍ୟସ୍ତ ନ ହେବାକୁ ସଂଜୟ ସାମାଜିକ ଗଣମାଧ୍ୟମ ଜରିଆରେ ନିଜ ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି। ନିଜ ପ୍ରଶଂସକମାନଙ୍କ ଉଦ୍ଦେଶ୍ୟରେ ସେ ଟ୍ବିଟ୍‌ କରିଛନ୍ତି, କିଛି ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ମୁଁ କାମରୁ ଛୋଟ ବିରତି ନେଉଛି। ମୋ ପରିବାର ଓ ବନ୍ଧୁମାନେ ମୋ ସାଙ୍ଗରେ ଅଛନ୍ତି। ତେଣୁ ବ୍ୟସ୍ତବିବ୍ରତ ନହେବା ପାଇଁ ମୋ ଶୁଭେଚ୍ଛୁଙ୍କୁ ଅନୁରୋଧ କରୁଛି। ଆପଣମାନଙ୍କ ଭଲ ପାଇବା ଓ ଶୁଭେଚ୍ଛା ଯୋଗୁଁ ମୁଁ ଶୀଘ୍ର ସୁସ୍ଥ ହୋଇ ଫେରିବି। ପ୍ରକାଶଥାଉ କି, ଗତ ୮ ତାରିଖ ଦିନ ସଞ୍ଜୟ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ମୁମ୍ବାଇ ଲୀଲାବତି ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ୨ ଦିନର ଚିକିତ୍ସା ପରେ ସେ ଗତକାଲି ଘରକୁ ଫେରିଥିଲେ। ଏବେ ସେ ଆଉ କିଛି ଦିନ ପର୍ଯ୍ୟନ୍ତ ଚିକିତ୍ସାଧୀନ ରହିବେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର