୨୦୨୧ରେ ବିବାହ କରିଥା’ନ୍ତେ ସୁଶାନ୍ତ

ପୁଅ ସୁଶାନ୍ତ ସିଂହ ରାଜପୁତଙ୍କ ବାବଦରେ ଭିନ୍ନ କଥା କହିଛନ୍ତି ବାପା କେ.କେ ସିଂହ। ଏକ ଟିଭି ସାକ୍ଷାତକାରରେ କେ.କେ କହିଛନ୍ତି, ସୁଶାନ୍ତ ୨୦୨୧ରେ ବିବାହ କରିବାକୁ ଚାହୁଁଥିଲେ। ସୁଶାନ୍ତ ‌ପ୍ରଥମେ ପ୍ରଥମେ ଏ ବାବଦରେ ତାଙ୍କ ସହ ଖୋଲାଖୋଲି କଥା ହେଉଥି‌ଲେ। ମାତ୍ର ପରେ କ’ଣ ହେଲା କେଜାଣି, ସେ କିଛି କହିଲେ ନାହିଁ। ବିବାହ କରିବା ପାଇଁ କହିବାରୁ ସୁଶାନ୍ତ କରୋନାକୁ ଆଳ କରି ଏବେ ହୋଇପାରିବନି ବୋଲି କହିଥିଲେ। ତେବେ ଗୋଟିଏ ଚଳଚ୍ଚିତ୍ର ସାରି ଦେଇ ୨୦୨୧ମସିହା ଫେବ୍ରୁଆରି କିମ୍ବା ମାର୍ଚରେ ସେ ବିବାହ କରିବେ ବୋଲି କହିଥିଲେ। ଏହା ହିଁ ସୁଶାନ୍ତଙ୍କ ସହ ତାଙ୍କ ବାପାଙ୍କର ଶେଷ କଥାବାର୍ତ୍ତା ଥିଲା। ସୁଶାନ୍ତଙ୍କ ବାପା ଆହୁରି କହିଛନ୍ତି ଯେ ଅଙ୍କିତା ଲୋଖଣ୍ଡେଙ୍କୁ ସେ ଚିହ୍ନିଥିଲେ ଓ ଭେଟିଥିଲେ। କିର୍ତୀ ସାନନଙ୍କୁ ମଧ୍ୟ ଭେଟିଥିଲେ। କିନ୍ତୁ ରିୟା ଚକ୍ରବର୍ତୀଙ୍କ ବାବଦରେ ସେ କିଛି ଜାଣି ନଥିଲେ।

ସମ୍ବନ୍ଧିତ ଖବର