ମୁମ୍ବାଇ: ଅଭିନେତ୍ରୀ ଶେଫାଲି ଜରିୱାଲାଙ୍କ ମୃତ୍ୟୁ ଖବର ସମଗ୍ର ମନୋରଞ୍ଜନ ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଥିଲା। ଏହି ଘଟଣା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଝଟକା ଥିଲା। ପତ୍ନୀଙ୍କ ମୃତ୍ୟୁ ପରେ ସ୍ୱାମୀ ପରାଗ ତ୍ୟାଗୀ ଓ ତାଙ୍କ ପୋଷା କୁକୁରର ଅବସ୍ଥା ଏବେ ଭଲ ନଥିବା ଜଣାଯାଇଛି। ପତ୍ନୀଙ୍କ ମୃତ୍ୟୁ ପରେ ପରାଗ ତ୍ୟାଗୀ ଇନଷ୍ଟାଗ୍ରାମରେ ଶେଫାଲି ଜରିୱାଲାଙ୍କୁ ମନେ ପକାଇ ଏକ ଭାବପ୍ରବଣ କଲା ଭଳି ପୋଷ୍ଟ କରିଥିବା ଦେଖାଯାଇଛି | 

Advertisment

ପରାଗ ତ୍ୟାଗୀ ତାଙ୍କ ସ୍ୱର୍ଗତ ପତ୍ନୀ ଶେଫାଲି ଜରିୱାଲାଙ୍କ ସହ ଉଠାଇଥିବା କିଛି ଫଟୋ ସହିତ ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହା ସହିତ କ୍ୟାପସନରେ ସେ ଲେଖିଛନ୍ତି - 'ପରୀ, ତୁମେ ଯେତେଥର ଜନ୍ମ ହେବ ମୁଁ ତୁମକୁ ଖୋଜି ପାଇବି ଏବଂ ପ୍ରତ୍ୟେକ ଜନ୍ମରେ ତୁମକୁ ଭଲ ପାଇବି। ମୁଁ ସବୁବେଳେ ତୁମକୁ ଭଲ ପାଇବି | ମୋ ଗୁଣ୍ଡି, ମୋ ଝିଅ।' ପରାଗ ତ୍ୟାଗୀଙ୍କ ଏହି ପୋଷ୍ଟ ଦେଖିବା ପରେ ସମସ୍ତେ ପୁଣି ଥରେ ଭାବପ୍ରବଣ ହୋଇଯାଇଛନ୍ତି।

ଉଲ୍ଲେଖଯୋଗ୍ୟ, ହଠାତ ହୃଦଘାତ ହେବାରୁ ଗତ ମାସ ଶେଷରେ ଶେଫାଲିଙ୍କର ଦେହାନ୍ତ ହୋଇଥିଲା | ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ତାଙ୍କୁ ବଞ୍ଚାଯାଇ ପାରିନଥିଲା |