ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ପତ୍ନୀ ବିଦ୍ୟାଭାରତୀଙ୍କ ହାତଲେଖା ଚିଠି ପରେ ଏବେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ହାତଲେଖା ଚିଠି ସାମ୍ନାକୁ ଆସିଛି । ଫେବୃଆରୀ ୨୨ ଓ ୨୩ ତାରିଖର ଦୁଇଟି ହାତଲେଖା ଚିଠି ସାମ୍ନାକୁ ଆସିଛି। ଉଭୟ ଚିଠି ପତ୍ନୀ ବିଦ୍ୟାଭାରତୀଙ୍କ ଉଦେଶ୍ୟରେ ଲେଖାଯାଇଥିବା ସ୍ପଷ୍ଟ ହୋଇଛି। ଏଥିରେ ଉଭୟଙ୍କ ଭିତରେ ଥିବା ମତାନ୍ତର ଓ ମନୋମାଳିନ୍ୟ ସ୍ପଷ୍ଟ ବାରି ହୋଇପଡୁଛି ।
ଚିଠିରେ ସୌମ୍ୟ ଲେଖିଛନ୍ତି, ଜଣେ ପତ୍ନୀ ଓ ଭଲ ବନ୍ଧୁ ହିସାବରେ ସେ ତାଙ୍କଠାରୁ ବ୍ୟବହାର ଚାହୁଁଛନ୍ତି । ପତ୍ନୀଙ୍କ ଶିକ୍ଷାଗତ ଯୋଗ୍ୟତା ତାଙ୍କ ପାଇଁ ଗୁରୁତ୍ୱ ରଖେ ନାହିଁ। ଏହାପରେ ଯଦି ବି କିଛି ଘଟେ ସେ ଦିଗରେ ତାଙ୍କର କିଛି ଭୂମିକା ରହିବ ନାହିଁ। ଘରୋଇ ହିଂସା ବିରୋଧରେ ପତ୍ନୀ ଚାହିଁଲେ ଆଇନର ଆଶ୍ରୟ ନେଇପାରିବେ। ଆବଶ୍ୟକ ପଡିଲେ ନିଜ ଚାକିରୀରୁ ଇସ୍ତଫା ଦେଇ ସ୍ତ୍ରୀଙ୍କ ସେବା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଲେଖିଛନ୍ତି ସୌମ୍ୟରଞ୍ଜନ ମହାପାତ୍ର। ପତ୍ନୀ ଯାହା ଚାହୁଁଛନ୍ତି ସେ ସବୁ ପୂରଣ କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ସୌମ୍ୟରଞ୍ଜନ ।