ମୁମ୍ବାଇ: ଭାଙ୍ଗିଲା ଅଭିନେତା ପାରସ ଛାବ୍ରା ଓ ଅଭିନେତ୍ରୀ ମାହିରା ଶର୍ମାଙ୍କ ପ୍ରେମ ସମ୍ପର୍କ। ବିଗ୍ ବସ୍ ସିଜିନ୍-୧୩ରେ ପ୍ର‌ତିଯୋଗୀ ଭାବେ ଭାଗ ନେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ‌ଏହି ରିୟାଲିଟି ସୋ’ରେ ଦୁହେଁ ପରସ୍ପରକୁ ସମର୍ଥନ କରି ଆଗକୁ ବଢ଼ିଥିବା ବେଳେ ସୋ’ ଶେଷ ହେବା ପରେ ବି ଦୁହେଁ ସାଙ୍ଗ ହୋଇ ଆଗକୁ ବଢ଼ିଥି‌ଲେ। ବିଗ୍ ବସ୍ ସିଜିନ୍-୧୩ ଶେଷ ହେବାକୁ ୩ବର୍ଷ ବିତିଥିବା ବେ‌ଳେ ଏବେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଥିବା ଚର୍ଚ୍ଚା ହେଉଛି।

Advertisment

Bigg Boss 13 fame Paras Chhabra and Mahira Sharma open up about their relationship status : Bollywood News - Bollywood Hungama bollywoodhungama

ଜାତୀୟ ଗଣମାଧ୍ୟମ ମୁତାବକ, ପାରସଙ୍କୁ ଇନଷ୍ଟାରେ ଅନଫଲୋ କରିବା ସହ ତାଙ୍କ ସହିତ ଉଠାଇଥିବା ସବୁ ଫଟୋକୁ ସୋସିଆଲ ମିଡିଆରୁ ହଟାଇଦେଇଛନ୍ତି ମାହିରା। କୁହାଯାଉଛି ଯେ, ଅନେକ ଦିନ ଧରି ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଏହି କାରଣରୁ ମାହିରା ବ୍ରେକଅପ କରିବା ସହ ଏବେ ତାଙ୍କର ଅବସ୍ଥା ଭଲ ନାହିଁ। ମାନସିକସ୍ତରରେ ସେ ଭାଙ୍ଗିପଡ଼ିଥିବା ଚର୍ଚ୍ଚା ହେଉଛି। ତେବେ ଦୁହିଁଙ୍କ ମଧ୍ୟରେ କାହିଁକି ଝଗଡ଼ା ହେଉଥିଲା? ପେସାଦାର ଜୀବନକୁ ନେଇ ନା ଅନ୍ୟ କୌଣସି ଯୁବତୀଙ୍କ ପାଇଁ ଝଗଡ଼ା ହେଉଥିଲା, ତାହା ସାମ୍ନାକୁ ଆସିନାହିଁ।

୨୦୨୧ ମସିହାରେ ଇ-ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ପାରସ କହିଥିଲେ, “ମୁଁ ଏବେ ବି ମହିରା ଶର୍ମାଙ୍କୁ ବିବାହ କରିବାକୁ ଚାହୁଁଛି। ସେ ଏକ ସୁନ୍ଦର ଝିଅ ଏବଂ ସେ ମୋର ବହୁତ ଭଲ ବନ୍ଧୁ। ମୁଁ ମୋହାଲିରେ ତାଙ୍କ ବିଲ୍ଡିଂରେ ଏକ ନୂଆ ଘର କିଣିଛି। ଅଧିକାଂଶ ସମୟ ଆମେ ଏକାଠି ରହୁ। ଯେହେତୁ ମୋ ମା’ ମଧ୍ୟ ମୋ ସହିତ ରୁହନ୍ତି, ସେଥିପାଇଁ ମାହିରା ଏବଂ ମୋ ମା’ଙ୍କ ମଧ୍ୟରେ ସମ୍ପର୍କ ଭଲ। ସେମାନେ ଏକାଠି ଜିନିଷ କିଣିବାକୁ ଯାଆନ୍ତି। ଆମର ସମ୍ପର୍କ ବର୍ତ୍ତମାନ ବହୁତ ଭଲ। ଆମେ ଚାହୁଁ ଆମର ସମ୍ପର୍କର ପ୍ରଗତି ସ୍ୱାଭାବିକ ହେଉ।"