ମୁମ୍ବାଇ: ‌ବଲିଉଡ୍‌ ଓ ଟେଲିଭିଜନକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଆପଣ ଶୁଣିଥିବେ। ଟେଲିଭିଜନର ଜଣାଶୁଣା ଷ୍ଟାର୍‌ ପାରସ କଲ୍‌ନାବତ ଓ ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା କଥା ବି ଆପଣ ଜାଣିଥିବେ ନିଶ୍ଚୟ। ମାତ୍ର ଏହା ସତ ଯେ ସେ ଦୁହିଁଙ୍କ ମଧ୍ୟରେ ସଂପର୍କ ଖୁବ୍ କମ୍‌ ଦିନ ପାଇଁ ତିଷ୍ଠି ଥିଲା। ମାତ୍ର ୬ ମାସ ମଧ୍ୟରେ ଦୁଇ ଜଣଙ୍କ ମଧ୍ୟରେ ବ୍ରେକ୍‌-ଅପ୍‌ ହୋଇ ଯାଇଥିଲା।

Advertisment

ସଂପର୍କ ଭାଙ୍ଗିବା ପରେ ଦୁହେଁ ନିଜ ନିଜ ଜୀବନରେ ଆଗକୁ ବଢ଼ି ଯାଇଛନ୍ତି। ମାତ୍ର ଶୁଣିବାକୁ ମିଳିଥିଲା ଯେ ବ୍ରେକ୍‌-ଅପ୍‌ ପରେ ଥରେ ଉର୍ଫି ଓ ପାରସଙ୍କ ମଧ୍ୟରେ ସର୍ବସାଧାରଣରରେ ଝଗଡ଼ା ହୋଇଥିଲା। ଯାହାକୁ ଅସ୍ବୀକାର କରିଛନ୍ତି ପାରସ୍‌।

ପ୍ରାୟ ୫ ବର୍ଷ ତଳେ ସେ ଦୁହେଁ ସଂପର୍କରେ ଥିଲେ। ମାତ୍ର ଖୁବ୍ କମ୍‌ ଦିନରେ ସେମାନଙ୍କ ସଂପର୍କ ତୁଟି ବି ଯାଇଥିଲା। ଦୁହେଁ ପୁଣି ଥରେ ଭେଟ ହୋଇଥିଲେ ‘ଝଲକ ଦିଖ୍‌ଲାଯା-୧୦’ର ଲଞ୍ଚ୍‌ ପାର୍ଟିରେ। ସେଠାରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିବା କଥା ଉଠିଥିଲା।

ମାତ୍ର ଏହାର ସଫେଇରେ ପାରସ କହନ୍ତି, ‘ମ୍ୟୁଜିକ୍ ଏତେ ଜୋର୍‌ ବାଜୁଥିଲା ଯେ ଆମେ ପରସ୍ପର ସହ ଭଲରେ କଥ‌ା ହେଉଥିଲୁ, କିନ୍ତୁ ଚିଲେଇକି କହିବାକୁ ପଡୁଥିଲା। ଯାହାକି ଲୋକଙ୍କ ମନରେ ଆମ ଝଗଡ଼ାର ଭ୍ରମ ସୃଷ୍ଟି କରିଛି।’

ପାରସ ଆହୁରି ବି କହିଛନ୍ତି, ‘ଉର୍ଫିଙ୍କୁ ମାତ୍ର ୬ ମାସ ପାଇଁ ଡେଟିଂ କରିଛି। ଆପଣ ମେ‌ାତେ ପଜିସିଭ୍‌‌ ବୋଲି କହିଲେ ମୋ ଉପରେ କିଛି ଫରକ ପଡ଼େନି। ମୁଁ ଅତୀତରେ ଜିଇଁବା ପିଲାଙ୍କ ମଧ୍ୟରେ ନୁହେଁ, ବର୍ତ୍ତମାନରେ ବଞ୍ଚେ।’