ଅଭିନେତା ସଞ୍ଜୟ ଦତ୍ତଙ୍କ ପ୍ରିୟ ସାଙ୍ଗ ପରେଶ ଗିଲାନି ଇନ୍ଷ୍ଟାଗ୍ରାମ୍ରେ ସଞ୍ଜୟଙ୍କ ପାଇଁ ଏକ ଭାବାପୂର୍ଣ୍ଣ ବାର୍ତ୍ତା ଲେଖିଛନ୍ତି। ସେ ଲେଖିଛନ୍ତି, ଭାଇ ସଞ୍ଜୁ ମୁଁ ବିଶ୍ବାସ କରିପାରୁନି ଯେ ଆମେ କିଛି ଦିନ ତଳେ କଥା ହେଉଥିଲେ। ଆଗାମୀ ଜୀବନକୁ କେମିତି ବିତାଇବା ସେନେଇ ଆଲୋଚନା କରୁଥିଲେ। ଆଜି ପର୍ଯ୍ୟନ୍ତ ଆମେ ଏକାଠି ଚାଲିଛେ, ଦୌଡ଼ିଛେ, ଗୁରୁଣ୍ଡିଛେ ଓ ବୁଲି ଜୀବନ ଯାତ୍ରାର ଆନନ୍ଦ ଉପଭୋଗ କରିଛେ। ଆମେ ସେଇଠି ଅଛେ, ଯେଉଁଠି ଥିଲେ। ମୋର ପୂରା ବିଶ୍ବାସ, ଆମ ଜୀବନ ଆଗକୁ ବି ସେମିତି ରଙ୍ଗିନ ଓ ସୁନ୍ଦର ରହିବ। ଆମ ଉପରେ ଈଶ୍ବରକୁ କୃପାଦୃଷ୍ଟି ରହିଛି। ଆଉ ଏକ ଫଟୋ ସେୟାର କରି ପରେଶ ଲେଖିଛନ୍ତି, ଭାଇ ଆଉ ଏକ ଲଢ଼େଇ ଆରମ୍ଭ ହୋଇଯାଇଛି ଓ ଏହି ଲଢ଼େଇ ତୁମକୁ ଜିତିବାର ଅଛି। ଆମେ ଜାଣୁ ତୁମେ ବହୁତ ବାହାଦୂର ଆଉ ଏହି ଲଢ଼େଇରେ ନିଶ୍ଚୟ ଜିତିବ। ସୂଚନାଯୋଗ୍ୟ, ଫୁସ୍ଫୁସ୍ କର୍କଟରେ ଆକ୍ରାନ୍ତ ସଂଜୟଙ୍କ ପାଇଁ ଏବେ ବିଭିନ୍ନ ମହଲରୁ ସମବେଦନାର ସୁଅ ଛୁଟୁଛି। ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।
ପରେଶ ଗିଲାନିଙ୍କ ଭାବପୂର୍ଣ୍ଣ ଚିଠି
/sambad/media/post_attachments/wp-content/uploads/2020/08/sanjay-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)