ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ନ୍ୟାସ୍ନାଲ୍ ସ୍କୁଲ୍ ଅଫ୍ ଡ୍ରାମା’ର ମୁଖ୍ୟ ଭାବେ ଅଭିନେତା ପରେଶ ରାୱଲ୍ଙ୍କୁ ନିଯୁକ୍ତ କରିଛନ୍ତି। ଏ ସମ୍ବାଦକୁ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ସୁନିଶ୍ଚିତ କରିଛନ୍ତି। ନୂତନ ପଦବୀ ପାଇଥିବା ଅଭିନେତାଙ୍କୁ ଅଭିନନ୍ଦନ ଜଣାଇ ମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ମେଧା ଦ୍ବାରା କଳାକାର ଓ ଶିକ୍ଷାର୍ଥୀମାନେ ଉପକୃତ ହେବେ।
ତିନି ଦଶନ୍ଧିରୁ ଅଧିକ କାଳ ହେବ ଚଳଚ୍ଚିତ୍ର ଶିଳ୍ପରେ ଜଡ଼ିତ ରାୱଲ୍ ୧୯୯୪ରେ ସମ୍ମାନଜନକ ‘ନ୍ୟାସ୍ନାଲ୍ ଫିଲ୍ମ୍ ଆୱାର୍ଡ ଫର୍ ବେଷ୍ଟ୍ ସପୋର୍ଟିଙ୍ଗ୍ ଆକ୍ଟର୍’ ସମେତ ଅଗଣିତ ସମ୍ମାନ ପାଇଛନ୍ତି। ମନୋରଞ୍ଜନ ଶିଳ୍ପରେ ଅବଦାନ ନିମନ୍ତେ ୨୦୧୪ରେ ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ରେ ଭୂଷିତ କରାଯାଇଥିଲା।
प्रख्यात कलाकार मा @SirPareshRawal जी को महामहिम @rashtrapatibhvn द्वारा @nsd_india का अध्यक्ष नियुक्त किया है।उनकी प्रतिभा का लाभ देश के कलाकारों एवं छात्रों को मिलेगा ।हार्दिक शुभकामनाएँ @PMOIndia@JPNadda@incredibleindia@tourismgoi@MinOfCultureGoI@BJP4India@BJP4MPpic.twitter.com/ONdM2sB3g0
— Prahlad Singh Patel (@prahladspatel) September 10, 2020
ଚଳଚ୍ଚିତ୍ର ସହ ରୱଲ୍ ଥିଏଟର୍ରେ ମଧ୍ୟ ସକ୍ରିୟ ଅଛନ୍ତି। ପୂର୍ବରୁ ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତ୍କାର ବେଳେ ସେ କହିଥିଲେ, ଥିଏଟର୍ ମୋର ପ୍ରଥମ ପ୍ରେମ ଏବଂ ମଞ୍ଚ ଉପରେ ମୁଁ ସବୁଠୁ ସୁଖୀ ଥାଏ। ମୋର ମୂଳ ଥିଏଟର୍ରେ ରହିଛି। ତେଣୁ, ଥିଏଟର୍ର ନିର୍ଯାସକୁ ପ୍ରଶଂସା କରୁଥିବା ଓ ବୁଝୁଥିବା ଦର୍ଶକମାନଙ୍କ ନିମନ୍ତେ ଅଭିନୟ ପରିବେଶଣ କରିବାକୁ ଭଲ ଲାଗେ।