ମୁମ୍ବାଇ: 'ହେରା ଫେରି ୩' ଫିଲ୍ମଟି ଦୀର୍ଘ ସମୟ ଧରି ବିବାଦରେ ରହିଛି। ଆଉ ଏବେ ପରେଶ ରାୱଲ ଫିଲ୍ମରୁ ଓହରି ଯାଇଛନ୍ତି। ସେ ଏହାର କିଛି ସଟ୍ ମଧ୍ୟ ସୁଟ୍ କରିଥିଲେ, କିନ୍ତୁ ନିର୍ମାତାଙ୍କୁ କୌଣସି ଅପଡେଟ୍ ନଦେଇ ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଥିଲେ ଯେ, ସେ ଆଉ ଫିଲ୍ମର ଅଂଶ ନୁହଁନ୍ତି। ଏହା ପରେ ଖବର ଆସିଥିଲା ଯେ, ହଠାତ୍ ଫିଲ୍ମରୁ ବାହାରିଯିବା ପରେ, ଅକ୍ଷୟ କୁମାର ତାଙ୍କ ବିରୋଧରେ ୨୫କୋଟି ଟଙ୍କାର ମାମଲା ଦାୟର କରିଛନ୍ତି।
ଅକ୍ଷୟଙ୍କ ପାଖରେ ଫିଲ୍ମର ରାଇଟ୍ସ ଥିବା ବେଳେ ପରେଶ ହଠାତ୍ ଫିଲ୍ମରୁ ବାହାରିଯିବାରୁ ତାଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଛି। ଏହି କାରଣରୁ ସେ ପରେଶଙ୍କ ବିରୋଧରେ ୨୫କୋଟି ଟଙ୍କାର ମାମଲା ଦାୟର କରିଥିବା କୁହାଯାଉଥିଲା। ପୂର୍ବରୁ ଏଭଳି ଚର୍ଚ୍ଚା ଉପରେ ପରେଶ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଏବେ ଏକ ଏକ୍ସ ପୋଷ୍ଟ ମାଧ୍ୟମରେ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି।
My lawyer, Ameet Naik, has sent an appropriate response regarding my rightful termination and exit. Once they read my response all issues will be laid to rest.
— Paresh Rawal (@SirPareshRawal) May 25, 2025
ସେ କରିଥିବା ପୋଷ୍ଟରେ ଲେଖାଯାଇଛି, 'ମୋର ଓକିଲ ଅମିତ ନାଏକ ଫିଲ୍ମରୁ ମୋର ବାହାରିଯିବା ସମ୍ପର୍କରେ ଏକ ଉପଯୁକ୍ତ ଉତ୍ତର ପଠାଇଛନ୍ତି। ସେ ମୋର ଉତ୍ତର ପଢିବା ପରେ ସମସ୍ତ ସମସ୍ୟାର ସମାଧାନ ହୋଇଯିବ।'