ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କର ପ୍ରେମିକ ନିକ୍ ଜୋନ୍ସଙ୍କ ସହ ଏନଗେଜ୍ମେଣ୍ଟ୍ କରିସାରିଛନ୍ତି। ସେ ଦୁହେଁ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ । ପ୍ରିୟଙ୍କା ଚୋପ୍ରା ହେଉଛନ୍ତି ପରିଣୀତି ଚୋପ୍ରାଙ୍କ ବଡ଼ ଭଉଣୀ। ଅବଶ୍ୟ ଏ ଦୁହେଁ କଜିନ୍। ପ୍ରିୟଙ୍କା ଓ ନିକ୍ଙ୍କ ବାହାଘରକୁ ନେଇ ପରିଣୀତି ଏକ ଯୋଜନା ବନାଇସାରିଲେଣି। ପରିଣୀତି ନିକ ଜୋନ୍ସଙ୍କର ଜୋତା ଚୋରି କରିବାର ପ୍ଲାନ୍ କରିଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ପରିଣୀତି ଚୋପ୍ରା କହିଛନ୍ତି ଯେ, ପ୍ରିୟଙ୍କା ଓ ନିକ୍ ଜୋନ୍ସଙ୍କ ବାହାଘର ସମୟରେ ସେ ନିକ୍ଙ୍କର ଜୋତା ଚୋରି କରିବେ। ଏହା ବାବଦରେ ସେ ନିକଙ୍କଠାରୁ ମୋଟା ଅଙ୍କର ଟଙ୍କା ଅସୁଲ କରିବେ ବୋଲି ମଧ୍ୟ କହିଛନ୍ତି। ପରିଣୀତି କହିଛନ୍ତି ଯେ ନିକ୍ ଜୋନ୍ସ ତାଙ୍କର ଭିଣୋଇ ହେବେ ଓ ତାଙ୍କୁ ସେ ସବୁଠାରୁ ପ୍ରିୟ ଶାଳୀ ବୋଲି ଗ୍ରହଣ କରିଛନ୍ତି। ନିକ୍ଙ୍କଠାରୁ ସେ କେତେ ଟଙ୍କା ଆଦାୟ କରିବେ ତାହା ଅବଶ୍ୟ ସ୍ପଷ୍ଟ କରିନାହାନ୍ତି ପରିଣୀତି।
ପରିଣୀତି କହିଛନ୍ତି ନିକ୍ ଯେତେବେଳେ ପ୍ରିୟଙ୍କା ଚୋପ୍ରାଙ୍କୁ ପ୍ରପୋଜ୍ କରିଥିଲେ,ସେତେବେଳେ ପ୍ରିୟଙ୍କା ତାଙ୍କୁ ଫୋନ୍ କରି ଏକଥା ଜଣାଇଥିଲେ। ତା’ପରେ ପ୍ରିୟଙ୍କା ଭିଡ଼ିଓ କଲ୍ କରି ତାଙ୍କୁ ନିଜର ମୁଦି ଦେଖାଇଥିଲେ, ଯାହାକୁ ଦେଖି ବେହୋଶ୍ ହେବା ଭଳି ସ୍ଥିତିରେ ପହଞ୍ଚଯାଇଥିଲେ ବୋଲି କହିଛନ୍ତି ପରିଣୀତି। ଏହି ଭିଡ଼ିଓ କଲ୍ରେ ପ୍ରିୟଙ୍କାଙ୍କ ସହିତ ନିକ୍ ବି ଥିଲେ।