ଇଡି ଚାର୍ଜସିଟରେ ରାଘବଙ୍କ ନାଁ ଆସିବାରୁ ଫିକା ପଡ଼ିଗଲା ପରିଣୀତିଙ୍କ ମୁହଁ

ମୁମ୍ବାଇ: ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା। ଗତ କିଛି ଦିନ ହେଲାଣି ପରିଣୀତିଙ୍କ ବିବାହ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ସହ ହେବ ବୋଲି କୁହାଯାଉଛି। ଦୁହେଁ ସାଙ୍ଗ ହୋଇ ଅନେକ ସ୍ଥାନରେ ନଜର ଆସିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା। ଏମିତି କି ଆଗାମୀ ୧୩ ତାରିଖରେ ଦୁହେଁ ନିର୍ବନ୍ଧ କରିବେ ବୋଲି କୁହାଯାଉଥିଲା। ହେଲେ ଆଜି ଇଡି ନିଜ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ରାଘବ ଚଢ଼ାଙ୍କ ନାଁ ସାମିଲ କରିବା ପରେ ପରିଣୀତିଙ୍କ ମୁହଁ ଫିକା ପଡ଼ିଯାଇଥିବା ଦେଖାଯାଇଛି।

ରାଘବ ଚଢ଼ାଙ୍କ ନାଁ ଇଡିର ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଆସିବା ସହ ଇଡି ତାଙ୍କୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ହେଲେ ସନ୍ତୋଷଜନକ ବିଷୟ ହେଉଛି ଯେ ତାଙ୍କୁ ଚାର୍ଜସିଟରେ ଅଭିଯୁକ୍ତ ଭାବେ ନାମିତ କରାଯାଇ ନାହିଁ। ତେବେ ଏହି ଖବର ଆସିବା ପରେ ଯେତେବେଳେ ପରିଣୀତି ଚୋପ୍ରା ପ୍ରଥମ ଥର କ୍ୟାମେରା ଆଗକୁ ଆସିଥିଲେ, ସେତେବେଳେ ତାଙ୍କ ମୁହଁ ଫିକା ପଡ଼ିଯାଇଥିବା ଦେଖାଯାଇଥିଲା।

 

View this post on Instagram

 

A post shared by Viral Bhayani (@viralbhayani)

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ପରିଣୀତି ନିଜ କାରରୁ ବାହାରିବା ପରେ ତାଙ୍କୁ ତାଙ୍କ ବିବାହ ବିଷୟରେ ପଚରାଯାଉଛି। ଏହାର କୌଣସି ଉତ୍ତର ନରଖି ସେ ମୁହଁ ଫୁଲାଇ ଆଗକୁ ବଢ଼ୁଛନ୍ତ। ପ୍ରତିଥର ଲାଜ କରିବା ସହ ହସୁଥିବା ପରିଣୀତିଙ୍କ ଏଭଳି ପ୍ରତିକ୍ରିୟା ଦେଖି ଇଡିର ଚାର୍ଜସିଟ ପାଇଁ ତାଙ୍କ ମନଦୁଃଖ ଥିବା ଲୋକେ କହିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର