ମାଆଙ୍କ ପରି ଶାଶୂଙ୍କୁ ଚୁମ୍ବନ ଦେଲେ ପରୀ; ଭାଇରାଲ୍‌ ହେଲା ଏହି ଇମୋସନାଲ୍ ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଜନେତା ରାଘବ ଚଢ଼ାଙ୍କ ନିର୍ବନ୍ଧ ମେ’ ୧୩ରେ ହୋଇଥିଲା। ଉଭୟ ପରିଣୀତି ଓ ରାଘବ ଟୁଇଟ୍ କରି ଏହି ସୂଚନା ଦେଇଥିଲେ। ନିକଟରେ ଏହି ଦମ୍ପତି ଦିଲ୍ଲୀରେ ନିର୍ବନ୍ଧ କରିଥିଲେ। ତେବେ ରାଘବ ଓ ପରିଣୀତିଙ୍କର ଏଯାଏ ବିବାହ ହୋଇନାହିଁ ସତ, ମାତ୍ର ପରସ୍ପର ପରସ୍ପର ପରିବାର ଲୋକଙ୍କ ସହ ବେଶ୍‌ ଘନିଷ୍ଠ ହୋଇଛନ୍ତି।

ନିକଟରେ ପରିଣୀତିଙ୍କର ତାଙ୍କ ଭାବି-ଶାଶୂଙ୍କ ସହ ଏକ ଫଟୋ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଫଟୋରେ ପରିଣୀତି ତାଙ୍କ ଶାଶୂମାଆଙ୍କୁ ଆଲିଙ୍ଗନ କରି ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଛି। ନିକଟରେ ପରିଣୀତିଙ୍କ ଭାଇ ପରୀ ଓ ରାଘବଙ୍କ ନିର୍ବନ୍ଧର କିଛି ଫଟୋକୁ ତାଙ୍କ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଥିଲେ। ଆଗରୁ ଆପଣ ଆନେକ ଥର ପରିଣୀତିଙ୍କ ବାପାମାଆଙ୍କୁ ଦେଖିଥିବେ। ମାତ୍ର ପରୀଙ୍କ ଭାଇ କରିଥିବା ପୋଷ୍ଟ୍‌ରେ ତାଙ୍କ ଭାବି ଶାଶୂଶଶୁରଙ୍କୁ ବି ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ରାଘବଙ୍କ ବାପାମାଆଙ୍କ ସହ ପରିଣୀତିଙ୍କ ‘ବଣ୍ଡିଂ’ ବି ଏକଦମ ଦେଖିବା ଭଳି । ଫଟୋ ଦେଖି ଏପରି ଲାଗୁଛି ଯେପରି ପରିଣୀତି ତାଙ୍କ ଶାଶୂ ନୁହେଁ, ମାଆଙ୍କୁ ଭେଟୁଛନ୍ତି।

ଉଭୟଙ୍କ ନିର୍ବନ୍ଧର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିବା ବେଳେ ଗୋଟାଏ ଫଟୋରେ ପରୀ କାନ୍ଦୁଥିବା ବେଳେ ରାଘବ ତାଙ୍କୁ ଲୁହ ପୋଛି ଦେଉଥିବାର ଦେଖିବାକୁ ମିଳିଥିଲା। ଅସଲ କଥା ହେଲା, ପରିଣୀତି ତାଙ୍କ ନିର୍ବନ୍ଧ ଉତ୍ସବରେ ଭାବପ୍ରବଣ ‌ହୋଇ କାନ୍ଦୁଥିବା ବେଳେ ରାଘବ ତାଙ୍କ ଆଖିରୁ ଲୁହ ପୋଛି ଦେଉଥିଲେ।

ସମ୍ବନ୍ଧିତ ଖବର