ଅନୁ ମଲିକ୍ଙ୍କୁ ନେଇ ବଡ଼ ଖୁଲାସା କଲେ ପରିଣୀତି ! କହିଲେ; ସେ ମୋତେ ପ୍ରଥମେ ଦେଖିବା ପରେ କରିଥିଲେ ଏଭଳି ଭବିଷ୍ୟବାଣୀ
ମୁମ୍ବାଇ : କିଛି ଦିନ ପୂର୍ବରୁ ପରିଣୀତିଙ୍କ ଅଭିନୀତ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ ଦେଶର ସବୁ ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି। ଏହି ଫିଲ୍ମରେ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ପରିଣୀତିଙ୍କ ଯୋଡ଼ିକୁ ଦର୍ଶକଙ୍କ ଭଲ ପାଇବା ମିଳିଛି । ଏ ସବୁ ମଧ୍ୟରେ ଏବେ ପରିଣୀତିଙ୍କୁ ନେଇ ବଲିଉଡ୍ର ଆଗଧାଡ଼ିର ସଂଗୀତକାର ଯେଉଁ ଭବିଷ୍ୟବାଣୀ କରିଥିଲେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନିଜର ସେଇ ପୁରୁଣା ସ୍ମୃତିକୁ ମନେ ପକାଇ ପରିଣୀତିି ନିଜେ ଏହି ଖୁଲାସା କରିଛନ୍ତି । ସୂଚନା ମୁତାବକ, ଅର୍ଜୁନ କପୁର ଏବଂ ପରିଣୀତିି ଚୋପ୍ରା ନିଜ ଫିଲ୍ମର ପ୍ରମୋସନ୍ କରିବା ପାଇଁ ରିୟଲିଟି ସୋ’ ଇଣ୍ଡିଆନ ଆଇଡ଼ଲରେ ପହଞ୍ଚିଥିଲେ, ଯେଉଁଠି ସେ ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ୍ଙ୍କୁ ନେଇ ଏକ ବଡ଼ ଖୁଲାସା କରିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ କହିବା ଅନୁଯାୟୀ, ଫିଲ୍ମରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ମୁଁ ସୁଟିଂ ସେଟ୍ରେ ଅନ୍ୟ କଳାକାରମାନଙ୍କୁ ମ୍ୟାନେଜ କରୁଥିଲି । ଥରେ ଇଣ୍ଡିଆନ ଆଇଡଲର ସୁଟିଂ ଚାଲୁଥିବା ବେଳେ ସେ ଦିନ ଅତିଥି ହିସାବରେ ବୋଧ ହୁଏ ରାଣୀ ମ୍ୟାମ୍ କି ରଣବୀର-ଅନୁଷ୍କା ଆସିଥିଲେ । ମୁଁ ଦର୍ଶକମାନେ ବସିଥିବା ସ୍ଥାନ ଦେଇ ଯାଉଥିବା ବେଳେ ହଠାତ୍ ମୋତେ ଅନୁ ମଲିକ୍ ଡ଼ାକିଥିଲେ । ତାଙ୍କ ଡ଼ାକ ଶୁଣି ମୁଁ ଡ଼ରି ଯାଇଥିଲି । ମୋତେ ଲାଗିଲା ବୋଧ ହୁଏ କିଛି କଥା ମୋତେ କଳାକାରମାନଙ୍କୁ କହିବାରେ ଥିଲା । ଯାହା ମୁଁ କହି ନାହିଁ । ଡ଼ରି ଡ଼ରି ତାଙ୍କ ପାଖକୁ ଯିବା ପରେ ସେ ମୋତେ ତୁମେ ଅଭିନେତ୍ରୀ କି ବୋଲି ପଚାରିଥିଲେ । ମୁଁ ତାଙ୍କ ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହେବା ସହ ନାଁ କହି ମୁଁ ୟଶରାଜରେ କାମ କରୁଛି ବୋଲି କହିଥିଲି । ସେ ମୋ ଉତ୍ତର ଶୁଣି ହସିବା ସହ ଆଗକୁ ଯେତେବେଳେ ତୁମେ ମୋ ସହ ଦେଖା ହେବ ସେ ସମୟରେ ତୁମେ ଅଭିନେତ୍ରୀ ହୋଇଥିବ ବୋଲି କହିଥିଲେ ଅନୁ ମଲିକ୍ । ଏହା ଆଜି ସତ ବୋଲି ପ୍ରମାଣିତ ହୋଇଛି ବୋଲି କହିଥିଲେ ପରିଣୀତି ।