ଚର୍ଚ୍ଚାରେ ପରିଙ୍କ ପ୍ରେମ ସଂପର୍କ, ଏହି ଯୁବକଙ୍କୁ କରୁଛନ୍ତି ଡେଟ୍‌!

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ବ୍ୟାଡ୍‌ମିଣ୍ଟନ ଷ୍ଟାର ସାଇନା ନେହଓ୍ଵାଲଙ୍କ ବାୟୋପିକ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମ ପାଇଁ ପରି କରୁଥିବା ପ୍ରସ୍ତୁତିର ଅନେକ ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରୁଥିବା ଦେଖା ଯାଇଛି । ତାଙ୍କ ପ୍ରେମ ସଂପର୍କକୁ ନେଇ କହିବାକୁ ଗଲେ ୨୦୧୭ରେ ସହ-ନିର୍ଦ୍ଦେଶକ ଚରିତ ଦେଶାଇଙ୍କୁ ସେ ଡେଟ୍‌ କରୁଥିବା ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା । କିନ୍ତୁ ପରି ଏ ନେଇ କୌଣସି ଜବାବ ଦେଇ ନଥିଲେ । କିଛି ଦିନ ତଳେ ଚରିତ୍‌ଙ୍କୁ ନେଇ ପ୍ରଶ୍ନ କରାଯିବା ପରେ ମୋ ପରିବାର ଏବଂ ମୋ ବନ୍ଧୁଙ୍କୁ ସବୁ ଜଣା ଅଛି ବୋଲି କହିଥିଲେ ପରିଣୀତି ।

ମୁମ୍ବାଇ ମିରରକୁ ସାକ୍ଷାତକାର ଦେଇ, ମୁଁ ଏହାକୁ କେବେ ସ୍ୱିକାର କରିନାହିଁ କି ଅସ୍ୱିକାର ମଧ୍ୟ କରି ନାହିଁ । ମୋ ପରିବାର, ମୋ ବନ୍ଧୁ ଏବଂ ସମସ୍ତଙ୍କୁ ସତ କ’ଣ ତାହା ଜଣା ଅଛି । ମୋତେ ଲାଗୁଛି, ମୁଁ ଏଭଳି କିଛି ଘୋଷଣା କରେ ବୋଲି ମିଡିଆ ଚାହୁଁଛି । କିନ୍ତୁ ଯେହେତୁ ଏହା ମୋର ବ୍ୟକ୍ତିଗତ କଥା, ସେଥିପାଇଁ ନାଁ ମୁଁ ଏହାକୁ କେବେ ସ୍ୱିକାର କରିବି ନାଁ ଅସ୍ୱିକାର କରିବି ବୋଲି କହିଛନ୍ତି ପରି ।

ସମ୍ବନ୍ଧିତ ଖବର