ନିର୍ବନ୍ଧ ସରିଲା, କେବେ ବିବାହ କରିବେ ପରିଣୀତିଜୀ; ପ୍ରଶ୍ନ ଶୁଣି ଏଭଳି ଉତ୍ତର ରଖିଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା ଏବେ ନିଜ ନିର୍ବନ୍ଧକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏହି ଦମ୍ପତି ଦିଲ୍ଲୀରେ ନିର୍ବନ୍ଧ କରିଥିଲେ। ଉଭୟଙ୍କ ନିର୍ବନ୍ଧର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିବା ବେଳେ ପ୍ରଶଂସକମାନେ ସେମାନଙ୍କ ଯୋଡିକୁ ବହୁତ ପସନ୍ଦ କରୁଥିବା ଦେଖାଯାଇଛି। ନିର୍ବନ୍ଧ କରିବା ପରେ ପରିଣୀତି ଏବଂ ରାଘବଙ୍କ ବିବାହ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ହେଲେ ଦୁହେଁ କେବେ ବିବାହ କରିବେ, ତାହା ସାମ୍ନାକୁ ଆସିନାହିଁ। ଏନେଇ ଉଭୟଙ୍କୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ସାମ୍ନା କରିବାକୁ ପଡ଼ୁଛି।

ମଙ୍ଗଳବାର ଦିନ ଗଣମାଧ୍ୟମ ପ୍ରତିନିଧିଙ୍କ କ୍ୟାମେରାରେ ମୁମ୍ବାଇସ୍ଥିତ ଘର ବାହାରେ କଏଦ ହୋଇଥିଲେ ପାରିଣୀତି ଚୋପ୍ରା। ଏହି ସମୟରେ ସେ ଏକ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ଦେଖାଯାଇଥିଲା। ତାଙ୍କୁ ଦେଖି ଗଣମାଧ୍ୟମ ପ୍ରତିନିଧି ତାଙ୍କ ବିବାହ ତାରିଖ ବିଷୟରେ ପ୍ରଶ୍ନ କରିବା ଆରମ୍ଭ କରିଥିଲେ। ଏପ୍ରଶ୍ନ ଶୁଣି ପରିଣୀତି ହସିବାକୁ ଲାଗିଲେ। ପ୍ରଥମେ ସେ ଏହି ପ୍ରଶ୍ନକୁ ଅଣଦେଖା କରିଥିଲେ ବି ପରେ ନିଜର ମୁହଁ ଖୋଲିଥିଲେ। ଉତ୍ତରରେ ପରିଣୀତି ତାଙ୍କ ପଛରେ ଆସୁଥିବା ଜଣେ ଯୁବତୀଙ୍କ ଆଡ଼କୁ ଆଙ୍ଗୁଠି ଦେଖାଇ କହିଥିଲେ, ଈଶାଙ୍କୁ ପଚାର, ସେ ଜାଣିଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

ସମ୍ବନ୍ଧିତ ଖବର