ମୁମ୍ବାଇ: ଗତ କିଛି ଦିନ ହେଲାଣି ପରିଣୀତିଙ୍କ ବିବାହ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ସହ ହେବ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଇତି ମଧ୍ୟରେ ଦୁହିଁଙ୍କ ନିର୍ବନ୍ଧ ସମ୍ପର୍ଣ୍ଣ ହୋଇଛି।

Advertisment

ରାଘବ-ପରିଣୀତିଙ୍କ ନିର୍ବନ୍ଧ ପାଇଁ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବଲିଉଡ କଳାକାରଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ରାଜନେତା ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏବଂ ଆଦିତ୍ୟ ଠାକରେ କପୁରତାଲା ହାଉସରେ ପହଞ୍ଚିଥିଲେ।

ନିର୍ବନ୍ଧ ପରେ ରାଘବ ଓ ପରିଣୀତି ବିବାହ ପାଇଁ ଜୋରସୋର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ନିକଟରେ ‌ପରିଣୀତି ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ବେଳେ ଜଣେ ତାଙ୍କ ବୈବାହିକ ଜୀବନ କେମିତି ଚାଲିଛି ବୋଲି ପ୍ରଶ୍ନ କରିଥିଲେ। ଏହାର ପରିଣୀତି ଦେଇଥିବା ଉତ୍ତର ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ପରିଣୀତ କୌଣସି ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଲିଫ୍ଟରେ ଭେଟିଥିଲେ। ଏହି ସମୟରେ ଜଣେ ପରିଣୀତିଙ୍କୁ ନିର୍ବନ୍ଧର ଶୁଭକାମନା ଜଣ‌ାଇଥିଲେ। ପରିଣୀତି ବି ଧନ୍ୟବାଦ ଦେଇଥିଲେ।

ଏହି କ୍ରମରେ ଜଣେ ପରିଣୀତିଙ୍କୁ କହିଥିଲେ, ମ୍ୟାଡମ ଆମକୁ ବିବାହରେ ଡାକିବେ। ଏତିକି ବେଳେ ଆଉ ଜଣେ କହିଥିଲେ, ‘ମ୍ୟାଡମ ଆପଣଙ୍କ ବୈବାହିକ ଜୀବନ କେମିତି ଚାଲିଛି?’ ଏହାର ଉତ୍ତରରେ ପରିଣୀତି କହିଥିଲେ,‘ଆଜ୍ଞା ମୁଁ ଏଯାବତ ବିବାହ କରି ନାହିଁ।’ ପରିଣୀତିଙ୍କ ଏଭଳି ମଜାଳିଆ ପ୍ରତିକ୍ରିୟାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

View this post on Instagram

A post shared by @varindertchawla