ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ତାଙ୍କ ବୈବାହିକ ଜୀବନକୁ ନେଇ ବେଶ ଖୁସିରେ ଅଛନ୍ତି। ବିବାହ ପର ଠାରୁ କ୍ରମାଗତ ଭାବେ  ସୋସିଆଲ ମିଡିଆରେ ପରିଣୀତି ସ୍ୱାମୀ ରାଘବ ଚଢାଙ୍କ ସହ ଅନେକ ଫଟୋ ଓ ଭିଡିଓ ସେୟାର କରୁଛନ୍ତି। ଯାହାକୁ ଦର୍ଶକ ବି ଖୁବ ଭଲ ପାଇବା ଦେଉଛନ୍ତି। 

Advertisment

ନିକଟରେ ପରିଣୀତି ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଆଇପିଏଲ ମ୍ୟାଚ୍ ଦେଖୁଥିବା ଦର୍ଶକ ରାଘବ ଚଢାଙ୍କୁ 'ଜିଜୁ-ଜିଜୁ' ବୋଲି ଡାକୁଥିବା ଶୁଣିବାକୁ ମିଳୁଛି।

ଭିଡିଓରେ ରାଘବ ଚଡ୍ଡା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ଇଲେଭନ ମଧ୍ୟରେ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଗ୍ୟାଲେରିରେ ରାଘବ ଚଡ୍ଡା ବସିଥିବା ଦେଖି ଦର୍ଶକମାନେ ମ୍ୟାଚ୍ ଚାଲିଥିବା ବେଳେ  ଜୋରରେ 'ଜିଜୁ-ଜିଜୁ' ବୋଲି ଡାକ ପାକିଥିଲେ। 

ଦର୍ଶକଙ୍କ ଡାକ ଶୁଣି  ରାଘବ ହାତ ହଲାଇ ଦର୍ଶକଙ୍କ ଏହି ସ୍ନେହ, ପ୍ରେମ ଏବଂ ସମ୍ମାନକୁ ଗ୍ରହଣ କରିଥିଲେ। ଏହି ଭିଡିଓଟି ରାଘବ ତାଙ୍କ ଇନଷ୍ଟାଗ୍ରାମ ପୃଷ୍ଠାରେ ବି ସେୟାର କରିଛନ୍ତି। 


ପରିଣୀତି ମଧ୍ୟ ଏହି ଭିଡିଓଟିକୁ ତାଙ୍କ ଇନଷ୍ଟା ଷ୍ଟୋରୀରେ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି - 'ତୁମେ ସମସ୍ତେ ବହୁତ ମିଠା।'