ଯଶୱନ୍ତ ଗିଲଙ୍କ ବାୟୋପିକରେ ଅକ୍ଷୟଙ୍କ ବିପକ୍ଷର ନାୟିକା ସାଜିବେ ପରିଣୀତି ଚୋପ୍ରା

ଯଶୱନ୍ତ ଗିଲଙ୍କ ଜୀବନୀ ଆଧାରିତ ସିନେମାରେ ଅକ୍ଷୟ କୁମାର ନାୟକ ସାଜୁଥିବା ବେଳେ ତାଙ୍କ ବିପକ୍ଷର ନାୟିକା ସାଜୁଛନ୍ତି ପରିଣୀତି ଚୋପ୍ରା। ଏବେ ଅକ୍ଷୟ କୁମାର ତାଙ୍କର ଏହି  ନୂଆ ଚଳଚ୍ଚିତ୍ରର ସୁଟିଂ ପାଇଁ ଲଣ୍ଡନ ଓ ୟର୍କସାୟାରରେ ପହଞ୍ଚିଥିବା ଜଣାପଡ଼ିଛି । କୋଇଲା ଖଣି ଅଞ୍ଚଳରେ ଯଶୱନ୍ତ ଗିଲ୍ ନାମକ ଜଣେ ରିଅଲ୍ ଲାଇଫ୍ ହିରୋଙ୍କ ସାହସିକତାର କାହାଣୀ ଏଥିରେ ଦେଖିବାକୁ ମିଳିବ। ଏଇ ଚଳଚ୍ଚିତ୍ରରେ ଅକ୍ଷୟଙ୍କ ବିପକ୍ଷର ନାୟିକା ସାଜିବେ ପରିଣୀତି ଚୋପ୍ରା।

ପରିଣୀତି ଅକ୍ଷୟଙ୍କ ସହ ସୋ‌ସିଆଲ୍ ମିଡିଆରେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି- ଖଣି ଅଞ୍ଚଳରେ ବେଶ୍ ପ୍ରଖ୍ୟାତି ଅର୍ଜନ କରିଥିବା ମାଇନିଙ୍ଗ୍ ଇଞ୍ଜିନିୟର ଯଶୱନ୍ତ ଗିଲ୍ ଭୂମିକାରେ ଅକ୍ଷୟ ଅଭିନୟ କରୁଥିବା ବେଳେ ମୁଁ ତାଙ୍କ ନାୟିକା ଭୂମିକାରେ ରହିଛି। ମୋତେ ଗର୍ବ ଅନୁଭବ ହେଉଛି। ୨୦୧୯ରେ ମୁକ୍ତିଲାଭ କରିଥିବା ଅକ୍ଷୟ ଓ ପରିଣୀତିଙ୍କ ଅଭିନୀତ ‘କେଶରୀ’ ପରେ ଏହା ହେଉଛି ପରବର୍ତ୍ତୀ ସିନେମା। ପୁଣି ନିର୍ଦ୍ଦେଶକ ସୁରେଶ ଦେଶାଇଙ୍କର ଅକ୍ଷୟ କୁମାରଙ୍କୁ ନେଇ ଦ୍ବିତୀୟ ଚଳଚ୍ଚିତ୍ର। ୟୁନାଇ‌େଟଡ୍ କିଙ୍ଗ୍‌ଡମ୍‌ରେ ପ୍ରଥମ ଥର ପାଇଁ ଏକାବେଳେ ୧୦୦ ଏକର ପରିମିତ ଅଞ୍ଚଳରେ ଏଇ ସିନେମାର ସୁଟିଂ ହେବ ବୋଲି ଜଣାପଡ଼ିଛି।

୨୦୧୧ରୁ ବଲିଉଡ୍‌ରେ ପ୍ରବେଶ କରିଥିବା ପରିଣୀତି ପ୍ରଥମେ ‘ଲେଡିଜ୍ ଭର୍ସେସ୍ ରିକ୍କି ବହଲ’ରେ ନାୟିକା ସାଜିଥିଲେ। ଏହାପରେ ଇସ୍କଜାଦେ, ଶୁଦ୍ଧ ଦେଶୀ ରୋମାନ୍ସ, ହସି ତୋ ଫସି, ଡର, ଢିସୁମ୍, ଗୋଲ୍‌ମାଲ୍‌ ଏଗେନ୍, ନମସ୍ତେ ଇଂଲଣ୍ଡ, କିଲ୍ ଦିଲ୍, କେଶରୀ, ଜାବରିଆ ଯୋଡ଼ି, ସାଇନା ନେହୱାଲ୍, ସନ୍ଦୀପ ଔ ପିଙ୍କି ଆଦିରେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେଇଥିଲେ। ପରିଣୀତି ଏବେ ରିଭୁ ଦାସଗୁପ୍ତ ଓ ଗିଲ୍ ଫିଲ୍ମସର ଦୁଇଟି ଶୀର୍ଷକ ଘୋଷଣା ହେଇ ନ ଥିବା ଚଳଚ୍ଚିତ୍ରର ନାୟିକା ହେବେ ବୋଲି ଶୁଣାଯାଉଛି। ଏଥିରେ ସେ ସୁପରହିରୋ ଅକ୍ଷୟ କୁମା‌ରଙ୍କ ବିପକ୍ଷର ନାୟିକା ସାଜିବେ‌ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର