ବାହୁବଳୀ ନିର୍ମାତା ଏସ୍‌.ଏସ୍‌ ରାଜମୌଲିଙ୍କ ଫିଲ୍ମରେ ମୁଖ୍ୟ ନାୟିକା ସାଜିବେ ପରିଣୀତି, ଏହି ଦୁଇ ଅଭିନେତାଙ୍କ ସହ କରିବେ ରୋମାନ୍ସ

ମୁମ୍ବାଇ: ସାଉଥ୍‌ ଫିଲ୍ମର ସବୁଠାରୁ ବଡ଼ ଫିଲ୍ମ ନିର୍ଦ୍ଦେଶକଙ୍କ ସୂଚୀରେ ରହିଛି ଏସ୍‌.ଏସ୍‌ ରାଜମୌଲିଙ୍କ ନାଁ । ବାହୁବଳୀ ଏବଂ ମଗଧୀରା ଭଳି ଫିଲ୍ମ ନିର୍ମାଣ କରି ସେ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ବେଳେ ଏବେ ଆଉ ଏକ ବଡ଼ ବଜେଟର ଫିଲ୍ମ ନିର୍ମାଣ କରିବାକୁ ଯାଉଥିବା ଜଣା ପଡ଼ିଛି । ଫିଲ୍ମଟି ୩୦୦ କୋଟି ବଜେଟରେ ତିଆରି ହେଉଥିବା ବେଳେ ଏହି ଫିଲ୍ମରେ ଦୁଇ ଜଣ ଅଭିନେତା ଥିବା ଜଣା ପଡ଼ିଛି । ଜୁନିୟର ଏନ୍‌ଟିଆର୍‌ ଏବଂ ରାମଚରଣ ଏହି ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ ନଜର ଆସିବେ ବୋଲି ଧାର୍ଯ୍ୟ କରାଯାଇ ସାରିଥିବା ବେଳେ ଅଭିନେତ୍ରୀ କିଏ ହେବ ସେ ନେଇ ଚର୍ଚ୍ଚା ଲାଗି ରହିଥିଲା ।

CineJosh

ଏବେ ସେ ସବୁ ଚର୍ଚ୍ଚାର ଅନ୍ତ ଘଟିଛି । ଏସ୍‌.ଏସ୍‌ ରାଜମୌଲି ଫିଲ୍ମରେ ବଲିଉଡ୍‌ ଅଭିନେତ୍ରୀ ପରିଣୀତିଙ୍କୁ ନେବେ ବୋଲି ସ୍ଥିର କରି ନେଇଛନ୍ତି । ଫିଲ୍ମର ନାଁ ଆର୍‌ଆର୍‌ଆର୍‌ ରହିଥିବା ବେଳେ ଫିଲ୍ମଟି ୨୦୧୯ର ଶେଷ ଆଡ଼କୁ ରିଲିଜ୍‌ ହେବ । ତେବେ ପରିଣୀତିଙ୍କୁ ଏହି ଫିଲ୍ମ ଅଫର ହେବା ପରେ ସେ ଫିଲ୍ମ ପାଇଁ ଅଧିକ ଅର୍ଥ ଡ଼ିମାଣ୍ଡ କରୁଥିବା ଜଣା ପଡ଼ିଛି । ଫିଲ୍ମ ନିର୍ମାତାଙ୍କୁ ସେ ଅଧିକ ଟଙ୍କାର ଡିମାଣ୍ଡ କରିିଥିବା ବେଳେ ତାଙ୍କ ଡିମାଣ୍ଡକୁ ପୂରଣ କରି ତାଙ୍କୁ ଫିଲ୍ମ ପାଇଁ ଫାଇନାଲ କରି ଦିଆଯିବ ବୋଲି ସୂଚନା ମିଳୁଛି । ଏହା ସହ ଫିଲ୍ମ ପାଇଁ ହାଇଦ୍ରାବାଦ୍‌ରେ ବିଳାସପୂର୍ଣ୍ଣ ସେଟ୍‌ ତିଆରି କରାଯାଇ ସାରିଛି ।

ସମ୍ବନ୍ଧିତ ଖବର