ନୂଆଦିଲ୍ଲୀ: ଆମ୍ ଆଦ୍‌ମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ସହ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର ଶନିବାର ନୂଆଦିଲ୍ଲୀରେ ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। କନ୍ନଟପ୍ଲେସ୍‌ସ୍ଥିତ କପୁରତାଲା ହାଉସରେ ଏହି ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ଏବଂ ଆଦିତ୍ୟ ଠାକରେ କପୁରତାଲା ହାଉସରେ ପହଞ୍ଚିଥିଲେ। ବଲିଉଡର କିଛି ନାମିଦାମୀ ସେଲିବ୍ରିଟି ମଧ୍ୟ ଯୋଗ ଦେଇଥିଲେ | ତେବେ ନିର୍ବନ୍ଧ ସରିବା ପରେ ବର୍ତ୍ତମାନ ପରିଣୀତି ମୁମ୍ବାଇ ଫେରିଯାଇଛନ୍ତି |

Advertisment

parineeti chopra post

ଆଜି ଅପରାହ୍ନ ପ୍ରାୟ ୩.୩୦ ସମୟରେ ପରିଣୀତି ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ । ଏହି ସମୟରେ ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଫଟୋ ପୋଷ୍ଟ କରିଥିଲେ। ପରିଣୀତି ଦିଲ୍ଲୀକୁ ବିଦାୟ ଦେବା ସହିତ ରାଘବଙ୍କୁ ମଧ୍ୟ ଅତି ସୁନ୍ଦର ଢଙ୍ଗରେ ବିଦାୟ ଦେଇଥିଲେ | ପରିଣୀତି ଫଟୋ ସେୟାର କରି ଲେଖିଛନ୍ତି, 'ବିଦାୟ ଦିଲ୍ଲୀ। ମୁଁ ମୋର ହୃଦୟକୁ ଛାଡି ଚାଲିଯାଉଛି'। ଉଲ୍ଲେଖ ଥାଉ କି ନିର୍ବନ୍ଧ ପୂର୍ବରୁ ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା | ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା | ତେବେ ଉଭୟ ଏହାକୁ ଖୁଲମଖୁଲା ସ୍ୱୀକାର କରିନଥିଲେ | ତେବେ ଗତ ଶନିବାର ଉଭୟଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଛି |