ଏହି ଟେନିସ ଖେଳାଳିଙ୍କ ଜୀବନକାହାଣୀ ସିନେମାରେ ଦେଖାଇବେ ପରିଣିତି

ମୁମ୍ବାଇ: ଖୁବଶୀଘ୍ର ହାତରେ ବ୍ୟାଡମିଣ୍ଟନ ଧରି ଖେଳୁଥିବାର ନଜର ଆସିବେ ପରିଣିତି ଚୋପ୍ରା | ତେବେ ଖେଳିବା ଦୃଶ୍ୟ ଆପଣ ସିନେମାରେ ଦେଖିବାକୁ ପାଇବେ | କାରଣ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହବାଲଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଥିବା ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ପରିଣିତି | ଫିଲ୍ମକୁ ନେଇ ପରିଣିତି ଖୁବ ପରିଶ୍ରମ କରୁଛନ୍ତି | ତେବେ ଫିଲ୍ମର ସୁଟିଂ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ |

ପରିଣିତି କହିଛନ୍ତି ଯେ ଏହି ଫିଲ୍ମ ପାଇଁ ସେ ଏବେ ବ୍ୟାଡମିଣ୍ଟନ ଶିଖୁଛନ୍ତି | ସେ ଚାଁହୁଛନ୍ତି ଯେ ସୁଟିଂ ଆରମ୍ଭ ହେବ ପୂର୍ବରୁ କିଭଳି ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିସାରିଥିବେ | ଆସନ୍ତା ଅକ୍ଟୋବର ମାସରୁ ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଥିବାବେଳେ ୪ ମାସ ଆଗରୁ ପରିଣିତି ଏନେଇ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି |

ଏହି ଫିଲ୍ମର ନିର୍ଦ୍ଦେଶନା ଅମୋଲ ଗୁପ୍ତା ଦେବାକୁ ଥିବାବେଳେ ସାଇନାଙ୍କ ଚରିତ୍ର ପାଇଁ ପ୍ରଥମେ ଶକ୍ତି ତନୟା ଶ୍ରଦ୍ଧା କାପୁରଙ୍କୁ ଚୟନ କରାଯାଇଥିଲା | କିନ୍ତୁ ଅଚାନକ ସେ ଫିଲ୍ମରୁ ବାହାରିଯାଇଥିଲେ | ଏଠାରେ ସୂଚନା ଥାଉ କି ଏହି ଫିଲ୍ମ ଛଡା ପରିଣିତି ହଲିଉଡ଼ ଫିଲ୍ମ ‘ଦି ଗାର୍ଲ ଅନ ଦି ଟ୍ରେନ’ ର ରିମେକରେ ମଧ୍ୟ ନଜର ଆସିବେ | ଜୁଲାଇ ମାସରେ ଏହି ଫିଲ୍ମର ସୁଟିଂ ଇଂଲଣ୍ଡରେ ଆରମ୍ଭ ହେବ |

ସମ୍ବନ୍ଧିତ ଖବର