ପ୍ରଥମ ଥରଲାଗି ଏହି ଭୂମିକାରେ ନଜର ଆସିବେ ଓଲିଉଡ ଅଭିନେତା ପାର୍ଥସାରଥୀ

ଭୁବନେଶ୍ବର: ଅଜୟ ରାଉତରାୟଙ୍କ ପ୍ରଯୋଜିତ ତଥା ସମ୍ବିତ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ହେଲୋ ଆରସୀ’ରେ ଉଚ୍ଚକୋଟିର ଅଭିନୟ କରି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଅଭିନେତା ପାର୍ଥସାରଥୀ ଖୁବ୍ କମସଂଖ୍ୟକ ସିନେମାରେ କାମ କରୁଥିବା ଲକ୍ଷ୍ୟ କରାଯାଉଛି । ଏବେ ପାର୍ଥସାରଥୀ ପୁଣି ଏକ ନୂଆ ଓଡ଼ିଆ ସିନେମାରେ କାମ କରୁଛନ୍ତି। ଏହାର ଟାଇଟଲ ହେଲା ‘ରାଜା ସାହିବା’।

ଏଥିରେ ଦର୍ଶକ ପ୍ରଥମ ଥରଲାଗି ପାର୍ଥସାରଥୀଙ୍କୁ ଏକ ମୁସଲିମ ଯୁବକ ଭୂମିକାରେ ଦେଖିବାକୁ ପାଇବେ। ଏହା ଏକ ଚାଲେଞ୍ଜିଂ ଭୂମିକା ବୋଲି କୁହାଯାଇଛି।‘ରାଜା ସାହିବା’ରେ ଅମ୍ଳାନ ଏବଂ ଶ୍ରଦ୍ଧା ନାୟକ ନାୟିକା ଭୂମିକାରେ ଅଛନ୍ତି। ଡି ରାଜା ଏହାର ନିଦ୍ଦେର୍ଶକ।

image source-facebook

ସୂଚନାଯୋଗ୍ୟ, ପାର୍ଥ ସାରଥୀଙ୍କୁ ପ୍ରଥମେ ଓଡ଼ିଆ ସିନେମା ‘ଗଡ଼ବଡ଼’ରେ ଦେଖିବାକୁ ମିଳିଥିଲା। ଏହାପରେ ସେ ଓଡ଼ିଆ ଛବି ‘ନଇ ସେପାରି କନକ ଗୋରୀ’ରେ ନାୟକ ଭୂମିକା ନିଭାଇଥିଲେ। ଅଜୟ ମହାନ୍ତିଙ୍କ ପ୍ରଯୋଜିତ ଏହି ଫିଲ୍ମରେ ପାର୍ଥସାରଥୀ ବେଶ୍‌ ଦମ୍‌ଦାର ଅଭିନୟ କରିଥିଲେ। ସେ ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ତୁ ମୋ ଲଭଷ୍ଟୋରି-୨’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର