ଏହି ପ୍ରଶ୍ନର ଉତ୍ତର ଦେଇ ପ୍ରତିଯୋଗୀ କେବିସିରୁ ଜିତିଲେ କୋଟିଏ ଟଙ୍କା

ମୁମ୍ବାଇ: କୋନ ବନେଗା କରୋଡ଼ପତିର ସିଜିନ ୧୧ରେ ଚତୁର୍ଥ କୋଟିପତି ହୋଇଛନ୍ତି ବିହାରର ଅଜିତ କୁମାର | ପେସାରେ ଅଜିତ କୁମାର ଜେଲ ଅଧିକ୍ଷକ ହୋଇଥିବାବେଳେ ତାଙ୍କର ଖେଳିବା ଅନ୍ଦାଜକୁ ହୋଷ୍ଟ ତଥା ବିଗ ବି ଅମିତାଭ ବଚ୍ଚନ ଖୁବ ପ୍ରଶଂସା କରିଥିଲେ | ଅମିତାଭ ତାଙ୍କୁ କହିଥିଲେ ଯେ ଆପଣ ଯେଉଁଭଳି ଭାବେ ଖେଳୁଛନ୍ତି ତାହା ଅତୁଳନୀୟ | ଏହା ବହୁତ କମ ହୋଇଥାଏ ଯେ ଆପଣଙ୍କ ଭଳି ପ୍ରତିଯୋଗୀ ହଟ ସିଟରେ ବସିଥାନ୍ତି |


ଅଜିତ କୁମାର ଫିଫ୍ଟି ଫିଫ୍ଟି ହେଲ୍ପଲାଇନ ବ୍ୟବହାର କରି ଏକ କୋଟି ଟଙ୍କାର ପ୍ରଶ୍ନର ଉତ୍ତର ଦେଇଥିଲେ | ତାଙ୍କୁ ଏହି ଅର୍ଥ ରାଶି ପାଇବା ପାଇଁ ଏକ ଜଟିଳ ପ୍ରଶ୍ନ ପଚରାଯାଇଥିଲା |

ପ୍ରଶ୍ନଟି ଥିଲା ଯେ ସଫଳତା ପୂର୍ବକ ପ୍ରଥମ ବ୍ରିଟିଶ ଉପଗ୍ରହ କଣ ଥିଲା | ଏହାର ଅପସନରେ ଏ ରେ ଏରିୟଲ, ବି ରେ ପ୍ରସପିଏରୋ, ସି ରେ ମିରଣ୍ଡା, ଡି ରେ ଜୀର୍କୋଂ ଥିଲା | ଏହାର ସଠିକ ଉତ୍ତର ଥିଲା ବି ପ୍ରସପିଏରୋ | ଅଜିତଙ୍କ ପୂର୍ବରୁ ଗୌତମ କୁମାର ଝା, ସନଜ ରାଜ ଓ ବବିତା ହେଗଡେ ମଧ୍ୟ ସିଜିନ ୧୧ର କୋଟିପତି ହୋଇପାରିଛନ୍ତି |

ସମ୍ବନ୍ଧିତ ଖବର