୭୦ ଦଶକର ଦିଗ୍ଗଜ ଅଭିନେତ୍ରୀ ପର୍ବିନ୍ ବାବିଙ୍କ ବାୟୋଗ୍ରାଫି ‘ପର୍ବିନ୍ ବାବି: ଏ ଲାଇଫ୍’ ଗତକାଲି ମୁକ୍ତିଲାଭ କରିଛି। ହାଚେଟ୍ ଇଣ୍ଡିଆ ପ୍ରକାଶନୀ ପକ୍ଷରୁ ବରିଷ୍ଠ ସାମ୍ବାଦିକା କରିସ୍ମା ଉପାଧ୍ୟାୟ ପୁସ୍ତକଟିକୁ ଲେଖିଛନ୍ତି। ଏଥିରେ ପର୍ବିନ୍ଙ୍କ ଜୀବନଯାତ୍ରା, ବଲିଉଡ୍ରେ ତାଙ୍କର ଉତ୍ଥାନ ଓ ପତନ, ତାଙ୍କର ମାନସିକ ଅବସାଦ ଓ ତାଙ୍କ ବ୍ୟକ୍ତିଗତ ଜୀବନର କିଛି ଅଜଣା କଥା ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି। ପ୍ରକାଶଯୋଗ୍ୟ, ପର୍ବିନ୍ ବାବି ୭୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ। ଦିୱାର, ଶାନ୍, କାଲିଆ ଓ ଅମର୍ ଅକ୍ବର୍ ଓ ଅନ୍ଥୋନି ଭଳି ଚଳଚ୍ଚିତ୍ରରେ ନିଜର ଉଚ୍ଚକୋଟୀର ଅଭିନୟ ମାଧ୍ୟମରେ ସେ କୋଟି କୋଟି ଦର୍ଶକଙ୍କ ହୃଦୟର ରାଣୀ ହୋଇପାରିଥିଲେ। ୧୫ବର୍ଷର ଅଭିନୟ ଜୀବନ ପରେ ସେ ଅଭିନୟରୁ ସନ୍ୟାସ ନେଇଥିଲେ। ୨୦୦୫ରେ ଜୁହୁସ୍ଥିତ ତାଙ୍କ ବାସଭବନରେ ପରବିନଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା।
ଲୋକାର୍ପଣ ହେଲା ‘ପର୍ବିନ୍ ବାବି: ଏ ଲାଇଫ୍’
/sambad/media/post_attachments/wp-content/uploads/2020/08/parveen.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)