ମୁମ୍ବାଇ: ଗତ ବର୍ଷ ପାକିସ୍ତାନୀ ଗାୟକ ଅଲି ସେଠୀ ଏବଂ ଶେହ ଗିଲଙ୍କ ଗୀତ 'ପସୁରୀ' ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା। କୋକ୍ ଷ୍ଟୁଡିଓର ଏହି ଗୀତ ପ୍ରତ୍ୟେକ ମ୍ୟୁଜିକ୍ ପ୍ଲାଟଫର୍ମରେ ଅନେକ ମାସ ଧରି ଟ୍ରେଣ୍ଡ କରିଥିଲା। ବର୍ଷେ ବିତିଥିଲେ ବି ଏହି ଗୀତର କ୍ରେଜ୍ ଏବେ ବି ରହିଛି। ବର୍ତ୍ତମାନ ଫିଲ୍ମ 'ସତ୍ୟପ୍ରେମ କି କଥା'ର ନିର୍ମାତା ଅଭିନେତା କାର୍ତ୍ତିକ ଆରୟନ୍ ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ନେଇ ଏହି ଗୀତକୁ 'ରିକ୍ରିଏଟ' କରିଛନ୍ତି, ଯାହାର ନାଁ ରହିଛି 'ପସୁରି ନୁ'।
ରିମେକ୍ ସଂସ୍କରଣ ବିଷୟରେ କହିବାକୁ ଗଲେ ଗୀତର ଲିରିକ୍ସରେ ଅନେକ ପରିବର୍ତ୍ତନ କରାଯାଇଛି। ଯଦିଓ ଟ୍ୟୁନ୍ କିଛି ମାତ୍ରାରେ ସମାନ ରହିଛି ଏବଂ ଏହାର ଟାଇଟଲ୍ ମଧ୍ୟ 'ପସୁରୀ ନୁ' ରଖାଯାଇଛି, ଯେଉଁଥିପାଇଁ ରିମେକ୍ ସଂସ୍କରଣ ମଧ୍ୟ କୋକ୍ ଷ୍ଟୁଡିଓର 'ପସୁରୀ'ର ଅନୁଭବ ଦେଉଛି। ଏହି ଗୀତଟିକୁ ଅରିଜିତ ସିଂ ଏବଂ ତୁଳସୀ କୁମାର ଗାଇଥିବାବେଳେ ଗୀତଗୁଡ଼ିକ ଗୁରପ୍ରୀତ ସେନି ଏବଂ ଅଲି ସେଠୀ ଲେଖିଛନ୍ତି। ଏହି ଗୀତ ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୀତକୁ ନେଇ ଲୋକମାନଙ୍କର ମିଶ୍ରିତ ପ୍ରତିକ୍ରିୟା ଆସିଛି। କିଛି ଲୋକ ଏହାକୁ ଅରିଜିତ ସିଂଙ୍କ ସ୍ୱରରେ ପସନ୍ଦ କରୁଥିବାବେଳେ କେହି କେହି ଏହାକୁ ପସନ୍ଦ କରୁନଥିବା ଦେଖାଯାଇଛି।
ଗୀତ ଏଭଳି 'ରିକ୍ରିଏଟ' କର ଯେମିତି ୪ଜଣ ଗାଳି ଦେବେ, ଏଭଳି କହି ଲୋକେ ଟ୍ରୋଲ କରୁଥିବା ଦେଖାଯାଇଛି।
Gaana Aise Recreate Karo Aur Aise
Gaaoo K 4 Loog Aapko Gaaliyaan
Dene Se Khud NaaH Rook Sake :)#PasooriNu #Pasoori #Pasoori2 #ArijitSingh pic.twitter.com/UG4K1fY1Cq— iillumii_boy (@iillumi_boy) June 26, 2023