ସାମ୍ନାକୁ ଆସିଲା ସୁନୀଲ ଗ୍ରୋଭରଙ୍କ ଫିଲ୍ମ ‘ପଟାଖା’ର ଟ୍ରେଲର,ଭିନ୍ନ ଅନ୍ଦାଜରେ ନଜର ଆସିଲେ ସାନ୍ୟା, ରାଧିକା ଏବଂ ସୁନୀଲ,ଦେଖନ୍ତୁ ଭିଡ଼ିଓ
ମୁମ୍ବାଇ : କମେଡ଼ି ସୋ’ ‘କମେଡ଼ି ନାଇଟ୍ ଉଇଥ୍ କପିଲ’ ଜରିଆରେ ଅଧିକ ଲୋକପ୍ରିୟ ହେବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର । କପିଲଙ୍କ ସୋ’ ଛାଡ଼ିବା ପରେ ସେ ଅନ୍ୟ କିଛି ସୋ’ରେ ନଜର ଆସିଥିବା ବେଳେ ଏବେ ତାଙ୍କ ଫିଲ୍ମ ‘ପଟାଖା’ର ଟ୍ରେଲରରେ ସେ ନଜର ଆସିଛନ୍ତି । ଏଥିରେ ଥିବା ତାଙ୍କ ଲୁକ୍ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଟ୍ରେଲର ରିଲିଜ୍ ପରେ ଏହା ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି । ଏହି ଫିଲ୍ମଟି ସେପ୍ଟେମ୍ବର ୨୮ରେ ରିଲିଜ୍ ହୋଇଥିବା ବେଳେ ଏହା ଏକ କମେଡ଼ି ଫିଲ୍ମ ବୋଲି ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଟ୍ରେଲର ଦେଖିବା ପରେ ଲୋକମାନେ ହସି ହସି ଗଡ଼ି ଯାଉଥିବା ବେଳେ ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ଭଲ ଆୟ କରିବ ବୋଲି ନିର୍ମାତା ଆଶା ରଖିଛନ୍ତି । ଏହି ଫିଲ୍ମର କାହାଣୀ ରାଜସ୍ଥାନରେ ରହୁଥିବା ଦୁଇ ଭଉଣୀଙ୍କ ଉପରେ ଚିତ୍ରଣ କରାଯାଇଛି । ଦୁଇ ଭଉଣୀଙ୍କ ଚରିତ୍ରରେ ନଜର ଆସିଛନ୍ତି ସାନ୍ୟା ମଲହୋତ୍ରା ଏବଂ ରାଧିକା ମଦନ । ଦୁଇ ଭଉଣୀ ଛୋଟ ବେଳୁ ଭାରତ ପାକିସ୍ଥାନ ଭଳି ଲଢ଼ୁଥିବା ବେଳେ ଦୁଇ ଜଣ ସାଥିରେ ରହି ପାରିବେ ନାହିଁ ବୋଲି ଭାବୁଛନ୍ତି । କିନ୍ତୁ ପରେ କିଛି ଅଲଗା ଘଟୁଛି, ଯାହା ସିନେମା ଘରକୁ ଯାଇ ଦର୍ଶକମାନେ ଦେଖିପାରିବେ ।