ଆସିଲା ‘ପଠାନ୍’ର ୧୧ ଦିନର ରୋଜଗାର ରିପୋର୍ଟ; ସପ୍ତାହାନ୍ତରେ ପୁଣି ବକ୍ସ ଅଫିସ୍ରେ ଧମାକା
ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହରୁଖ ଚାରି ବର୍ଷ ପରେ ‘ପଠାନ’ ଚଳଚ୍ଚିତ୍ର ଜରିଆରେ ପରଦାରେ ହାଇଚଇ ସୃଷ୍ଟି କରିଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଆକ୍ସନ୍ ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳିଛି। ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହିମଙ୍କ ଅଭିନୀତ ଚଳଚ୍ଚିତ୍ର ଏପର୍ଯ୍ୟନ୍ତ ଅନେକ ରେକର୍ଡ ଭାଙ୍ଗି ସାରିଥିବା ବେଳେ ଆଗକୁ ବି ବଡ଼ ବଡ଼ ରେକର୍ଡ ସୃଷ୍ଟି କରିବ ବୋଲି ଜଣାପଡ଼ିଛି।
ରିଲିଜ୍ ହେବାର ୧୧ ଦିନରେ ବି ‘ପଠାନ’ର ଜଲୱା ଜାରି ରହିଛି। ଚଳଚ୍ଚିତ୍ରଟିର ଏକାଦଶ ଦିନର ରୋଜଗାର ପ୍ରମାଣ କରୁଛି ଯେ ଶାହାରୁଖ୍ କେବଳ ରୋମାନ୍ସ କିଙ୍ଗ୍ ନୁହଁନ୍ତି, ବରଂ ଜଣେ ସର୍ବଗୁଣସଂପନ୍ନ ଷ୍ଟାର୍।
#Pathaan early estimates for 2nd Saturday All-India Nett is ₹ 22 Crs..
Crossing #Dangal to become All-time No.1 Straight Hindi movie in India..
— Ramesh Bala (@rameshlaus) February 5, 2023
ଆଜ୍ଞା ହଁ, ଆପଣ ଠିକ୍ ପଢ଼ିଛନ୍ତି। ‘ପଠାନ୍’ର ୧୧ ଦିନର ରୋଜଗାର ରିପୋର୍ଟ ସାମ୍ନାକୁ ଆସିସାରିଛି। ବାଣିଜ୍ୟ ବିଶ୍ଳେଷକ ରମେଶ ବାଲାଙ୍କ ଅନୁଯାୟୀ, ଫିଲ୍ମଟି ଏକାଦଶ ଦିନରେ ସାରା ଭାରତରେ ୨୨ କୋଟି ଟଙ୍କାର ରୋଜଗାର କରିଛି। ୱାର୍କିଂ ଡେରେ ଚଳଚ୍ଚିତ୍ରଟି ଟିକେ କମ୍ ରୋଜଗାର କରିଥିବା ବେଳେ ସପ୍ତାହାନ୍ତରେ ପୁଣି ଥରେ ରେକର୍ଡ ସୃଷ୍ଟି କରିଛି କିଙ୍ଗ୍ ଖାନ୍ଙ୍କ ଏହି ଫିଲ୍ମ। ଶନିବାର ‘ପଠାନ୍’ର ରୋଜଗାର ଭଲ ହୋଇଥିବା ବେଳେ ଏହା ପୁଣି ଥରେ ଅନେକ ଫିଲ୍ମର ରେକର୍ଡକୁ ପଛରେ ପକାଇଛି।
ତେବେ ଫିଲ୍ମ ‘ପଠାନ’ ଜାନୁଆରି ୨୫ରେ ୧୦୦ଟି ଦେଶର ୮୦୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରିଥିଲା। ରିଲିଜ ପରେ ଏହାର ସ୍କ୍ରିନ ସଂଖ୍ୟା ଆହୁରି ୩୦୦କୁ ବଢ଼ାଇ ଦିଆଯାଇଥିଲା। ଏବେ ଫିଲ୍ମକୁ ମିଳୁଥିବା ଭଲପାଇବାକୁ ଦେଖି ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ‘ପଠାନ-୨’ ଆଣିବା ନେଇ ଘୋଷଣା କରିଛନ୍ତି।