ମୁମ୍ବ‌ାଇ: ଶାହାରୁଖ୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ୍‌’କୁ ରିଲିଜ୍‌ ହେବାର ୨୨ ଦିନ ହୋଇଗଲାଣି। ଏତେ ଦିନ ପରେ ବି ଫିଲ୍ମଟି ଭଲ ରୋଜଗାର କରିବାରେ ଲାଗିଛି। ଯଦିଓ ଫିଲ୍ମଟିର ବେପାର ଗ୍ରାଫ୍‌ ଟିକେ ଧୀର ହୋଇଆସିଲାଣି, ହେଲେ ଏବେ ବି ଖୁବ୍‌ ଭଲ ଆୟ ହେଉଛି। ତେବେ ଶାହାରୁଖ ଖାନ୍‌ଙ୍କ ଏହି ଫିଲ୍ମଟି ଏବେ ବିଶ୍ବ ସ୍ତରରେ ୯୫୩ ‌କୋଟି ରୋଜଗାର କରି ସାରିଲାଣି।

Advertisment

ତେବେ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛି ଯେ ଏହି ଫିଲ୍ମଟି ଏବେ ସବୁଠାରୁ ଅଧିକ ରୋଜଗାର କରିଥିବା ହିନ୍ଦୀ ସିନେମା ବନି ସାରିଲାଣି। କେବଳ ସେତିକି ନୁହେଁ, ଚଳଚ୍ଚିତ୍ରଟି ୟଶ ରାଜ୍‌ ଫିଲ୍ମସର ସ୍ପାଏ ୟୁନିଭର୍ସର ସବୁଠାରୁ ଅଧିକ ଆୟ କରିଥିବା ସିନେମା ବନି ସାରିଛି। ‘ପଠାନ’ ମଙ୍ଗଳବାର ଦିନ ଦେଶରେ ୫.୬୦ କୋଟି ରୋଜଗାର କରି ସମୁଦାୟ ୫୦୦  କୋଟି ରୋଜଗାର ପାର୍‌ କରି ସାରିଲାଣି।

‘ପଠାନ’ର ଚାହିଦା କମିବାର ନାଁ ଧରୁନି। ସୁପର୍‌ଷ୍ଟାର୍‌ ଶାହାରୁଖ୍‌ ଖାନ୍‌ଙ୍କ ଏହି ଫିଲ୍ମ ରେକର୍ଡ ପରେ ରେକର୍ଡ ସୃଷ୍ଟି କରି ଚାଲିଛି। ସିନେମାଟି ଦୁଇ ସପ୍ତାହ ପାର୍‌ କରିସାରିଥିବା ବେଳେ ଏହା କେବଳ ଦେଶରେ ନୁହେଁ, ବିଦେଶରେ ବି ଧମାକା କରିଛି। ଫିଲ୍ମଟି ରିଲିଜ୍‌ ହେବାର ୩ ସପ୍ତାହ ପରେ ବି ପ୍ରଶଂସକ ଏହାକୁ ଭଲପାଇବା ଦେଇ ଚାଲିଛନ୍ତି।

‘ପଠାନ’ର ଚାହିଦା କେବଳ ଭାରତ ନୁହେଁ, ବରଂ ଦୁନିଆ ସାରା ରହିଛି। ଭାରତୀୟ ବକ୍ସ ଅଫିସ ପରି ବିଦେଶରେ ବି ଫିଲ୍ମଟି ଦର୍ଶକଙ୍କ ମନ  ମୋହିଛି । ତେବେ ଫିଲ୍ମ ‘ପଠାନ’ ଜାନୁଆରି ୨୫ରେ ୧୦୦ଟି ଦେଶର ୮୦୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରିଥିଲା। ରିଲିଜ ପରେ ଏହାର ସ୍କ୍ରିନ ସଂଖ୍ୟା ଆହୁରି ୩୦୦କୁ ବଢ଼ାଇ ଦିଆଯାଇଥିଲା। ଏବେ ଫିଲ୍ମକୁ ମିଳୁଥିବା ଭଲପାଇବାକୁ ଦେଖି ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ‘ପଠାନ-୨’ ନିର୍ମାଣ ନେଇ ଘୋଷଣା କରିଛନ୍ତି।