‘ପଠାନ’ ଦେଖିବା ବେଳେ ହଲ୍‌ ଭିତରେ ବାଣ ଫୁଟାଉଛନ୍ତି, ଟଙ୍କା ଉଡ଼ାଉଛନ୍ତି କିଙ୍ଗ୍‌ ଖାନ୍‌ଙ୍କ ପ୍ରଶଂସକ

ମୁମ୍ବାଇ: ‘ପଠାନ୍’ ରିଲିଜ ପୂର୍ବରୁ ଫିଲ୍ମଟିକୁ ନେଇ ବିବାଦ ଉପୁଜିଥିଲେ ବି ରିଲିଜ୍‌ ପରେ ଏହା ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଛି। କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କ ପ୍ରଶଂସକମାନଙ୍କୁ ଫିଲ୍ମଟି ଖୁବ୍ ପସନ୍ଦ ଆସିଛି। ପ୍ରଶଂସକମାନେ ଏତେ ଖୁସି ହୋଇ ଯାଇଛନ୍ତି ଯେ ସିନେମା ହଲ୍‌ରେ ଟଙ୍କା ଉଡ଼ାଇବାକୁ ବି ପଛେଇ ନାହାନ୍ତି।

ସିନେମା ହଲ୍‌ ଭିତରେ କିଙ୍ଗ୍‌ ଖାନ୍‌ଙ୍କର ଜଣେ ପ୍ରଶଂସକ ଟଙ୍କା ଉଡ଼ାଉଥିବା ବେଳର ଏକ ଭିଡିଓ ଏବେ ଭାଇରାଲ୍‌ ହୋଇ ଚାଲିଛି। ପ୍ରଶଂସକ ଜଣକ ସିନେମା ମଝିରେ ଖୁସି ହୋଇ ଟଙ୍କା ଉଡ଼ାଉଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି।

ତେବେ ସିନେମା ହଲ୍‌ରେ ଉଡୁଥିବା ଟଙ୍କା ଅସଲି କି ନକଲି ତାହା ଜଣା ପଡ଼ିନାହିଁ। କେତୋଟି ସିନେମା ହଲ୍‌ରେ ଲୋକେ ସିଟ୍‌ ଛାଡ଼ି ନାଚିବାର ବି ଦେଖିବାକୁ ମିଳିଛି।

ଏପରିକି ଗୋଟାଏ ସିନେମା ହଲ୍‌ ଭିତରେ ଶାହାରୁଖଙ୍କ ଜଣେ ପ୍ରଶଂସକ ବାଣ ବି ଫୁଟାଇଥିବା ଖବର ହସ୍ତଗତ ହୋଇଛି। ‘ପଠାନ୍‌’ ଫିଲ୍ମକୁ ନେଇ ପ୍ରଶଂସକ ଯେତିକି ପାଗଳାମୀ ଦେଖାଇ ଚାଲିଛନ୍ତି ତାହା ପୂର୍ବରୁ କେଉଁ ଫିଲ୍ମ ପାଇଁ ଦେଖିବାକୁ ମିଳିନାହିଁ।

‘ପଠାନ୍’ ରିଲିଜକୁ ଏହା ମଧ୍ୟ‌ରେ ୬ ଦିନ ହୋଇଗଲାଣି। ଫିଲ୍ମଟି ବକ୍ସ ଅଫିସ୍‌ରେ ରେକର୍ଡ ପରେ ରେକର୍ଡ କରିବାରେ ଲାଗିଛି। ଏହା ମଧ୍ୟରେ ଫିଲ୍ମଟିର ପ୍ରଥମ ୫ ଦିନର ରୋଜଗାରର ରିପୋର୍ଟ ହସ୍ତଗତ ହୋଇଛି। ‌ବାଣିଜ୍ୟ ବିଶ୍ଳେଷକ ରମେଶ ବାଲାଙ୍କ ମୁତାବକ, ୫ ଦିନ ମଧ୍ୟରେ ଫିଲ୍ମଟି ଭାରତରେ ରବିବାର ୭୦ କୋଟି ଟଙ୍କାର ବ୍ୟବସାୟ କରିଛି। ‘ପଠାନ୍’ର ହିନ୍ଦୀ ଭର୍ସନ ବୁଧବାର ୫୫ କୋଟି, ଗୁରୁବାର ୬୮ କୋଟି, ଶୁକ୍ରବାର ୩୮ କୋଟି, ଶନିବାର ୫୧.୫ କୋଟି ଟଙ୍କାର ବେପାର କରିଛି। ଭାରତରେ ୫ ଦିନର କଲେକ୍ସନକୁ ମିଶାଇ ଦେଲେ ‘ପଠାନ୍’ର ସମୁଦାୟ ରୋଜଗାର ୨୯୦ କୋଟି ପାଖାପାଖି ହୋଇଗଲାଣି। ଖୁବ୍ କମ୍‌ ସମୟରେ ଏହାର କାରବାର ୩୦୦ କୋଟି ଟଙ୍କା ପାର୍‌ କରିବାକୁ ଯାଉଛି।

ସମ୍ବନ୍ଧିତ ଖବର