ଓଟିଟି‌‌ରେ ରିଲିଜ୍‌ ହେଲା ‘ପଠାନ୍‌’; ପ୍ରେକ୍ଷାଳୟ ଭର୍ସନରେ ଏହି ସବୁ କଟା ଯାଇଥିବା ଦୃଶ୍ୟକୁ ନେଇ ଅଭିଯୋଗ ଆଣିଲେ ଦର୍ଶକ

ମୁମ୍ବାଇ: ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଆମାଜନ୍ ପ୍ରାଇମ ଭିଡିଓରେ ରିଲିଜ୍‌ ହୋଇସାରିଛି। ଏହି ଚଳଚ୍ଚିତ୍ରଟି ଲଞ୍ଚ୍‌ ହେବା ମାତ୍ରେ ଖୁବ୍‌ ଚର୍ଚ୍ଚା ସାଉଁଟିଛି । ଭାରତ ଏବଂ ବିଦେଶରେ କୋଟି କୋଟି ଟଙ୍କାର ବେପାର କରିବା ପରେ ଫିଲ୍ମଟିର ଓଟିଟି ଭର୍ସନ ‌‌ଏବେ ଦର୍ଶକଙ୍କୁ ଆହୁରି ପସନ୍ଦ ଆ‌ସିଛି। କାରଣ ଓଟିଟି ଭର୍ସନରେ କିଛି ଅନ୍‌କଟ୍‌ ସିଟ୍‌ ବି ଦେଖିବାକୁ ମିଳିଛି। ଅର୍ଥାତ ଯେଉଁ ସବୁ ‌ଦୃଶ୍ୟ ଦର୍ଶକ ହଲ୍‌ରେ ଦେଖି ପାରି ନଥିଲେ ସେସବୁ ଦୃଶ୍ୟ ଓଟିଟି ଭର୍ସନରେ ଦୃଶ୍ୟମାନ ହୋଇଛି।

ବର୍ତ୍ତମାନ ଫିଲ୍ମର ଏହି ନୂଆ ଦୃଶ୍ୟ ସବୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ‘ପଠାନ୍‌’ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଟ୍ରେଣ୍ଡ୍‌ କରିବାରେ ଲାଗିଛି।  ଅନେକ ପ୍ରଶଂସକଙ୍କ ଅଭିଯୋଗ ମଧ୍ୟ ରହିଛି ଯେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ କାହିଁକି ଏହି ଦୃଶ୍ୟ ସବୁକୁ ହଲ୍‌ରେ ରିଲିଜ୍‌ ହୋଇଥିବା ଫିଲ୍ମରୁ କାଟିଲେ?

 

ଚଳଚ୍ଚିତ୍ର ‘ପଠାନ’ର ନୂଆ ଦୃଶ୍ୟକୁ ଦର୍ଶକମାନେ ବହୁତ ପସନ୍ଦ କରିଛନ୍ତି। ଅନେକ କହୁଛନ୍ତି ଯଦି ଫିଲ୍ମର ଅନ୍ତିମ କଟ୍ ଦୃଶ୍ୟ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥାନ୍ତା ତେବେ ନିଆଁ ଲାଗି ଯାଇଥାନ୍ତା। ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଏହି ନିଷ୍ପତ୍ତି କିଛି ଦର୍ଶକଙ୍କୁ ପସନ୍ଦ ଆସିନାହିଁ।

 

ଉଲ୍ଳେଖଯୋଗ୍ୟ, ଅ‌ାଉ ମାତ୍ର ୨ ଦିନ ପରେ ରିଲିଜ୍‌ ହେବାର ୨ ମାସରେ ପାଦ ଦେବ ‘ପଠାନ୍‌’। ୪ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରି କିଙ୍ଗ୍‌ ଖାନ୍‌ ବକ୍ସ ଅଫିସ୍‌ର ଅନେକ ରେକର୍ଡ ଭାଙ୍ଗିବାରେ ସମର୍ଥ ହୋଇଛନ୍ତି ଏହି ଫିଲ୍ମ ଜରିଆରେ। ସବୁଠାରୁ ଅଧିକ ରୋଜଗାର କରିଥିବା ହିନ୍ଦୀ ଫିଲ୍ମ ପାଲଟି ସାରିଥିବା ‘ପଠାନ୍‌’ର କଲେକ୍ସନ ଏବେ ବି ଜାରି ରହିିଛି।

 

ସମ୍ବନ୍ଧିତ ଖବର