ମୁମ୍ବାଇ: ଜାନୁଆରି ୨୫ରେ ମୁକ୍ତିଲାଭ କରିଥିବା ଶାହରୁଖ ଖାନ୍ଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ରେକର୍ଡ ସୃଷ୍ଟି କରିଛି। ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶିତ ଏବଂ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’ ସର୍ବଭାରତୀୟ ସ୍ତରରେ ୯୫୦ କୋଟି ଟଙ୍କା ଅତିକ୍ରମ କରି ସାରିଛି। ଲୋକଙ୍କ ମଧ୍ୟରେ ଏବେ ବି ‘ପଠାନ’ ସିନେମା ଦେଖିବାକୁ କ୍ରେଜ ରହିଛି। ଜଣେଜଣେ ତ ‘ପଠାନ’ ସିନେମାକୁ ଦେଖି ସାରିଥିବା ବେଳେ ଆଉଥରେ ଦେଖିବା ପାଇଁ ଟିକେଟ ବୁକ କରୁଛନ୍ତି।
ଏହି କ୍ରମରେ ସିନେମା ଭାରତୀୟ ବକ୍ସ ଅଫିସରେ ୫୦୦କୋଟି ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରିସାରିଥିବା ବେଳେ ଏବେ ବି ଆୟ ଜାରି ରଖିଛି। ସିନେମା ନିର୍ମାତା ‘ପଠାନ’ ରିଲିଜର ୨୧ଦିନ ପରେ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି। ଏହାକୁ ଆଧାର କରି ‘ପଠାନ’ ଆଗକୁ ଆହୁରି ଅଧିକ ରୋଜଗାର କରିବ ବୋଲି କୁହାଯାଉଛି।
YRF ORGANISES ‘PATHAAN DAY’… With #Pathaan hitting ₹ 500 cr mark <*combined biz*: #Hindi + #Tamil + #Telugu> - #YRF decides to organise #PathaanDay on 17 Feb 2023… Tickets at #PVR, #INOX, #Cinepolis at ₹ 110
… OFFICIAL POSTER…#SRK #DeepikaPadukone #JohnAbraham pic.twitter.com/tlIcgqwpge — taran adarsh (@taran_adarsh) February 16, 2023
ସିନେମା ନିର୍ମାତା ‘ପଠାନ’ର ଟିକେଟ ଶସ୍ତା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଫେବୃଆରି ୧୭ରେ ‘ପଠାନ’ର ଟିକେଟ୍କୁ ଦର୍ଶକ ଶସ୍ତାରେ କିଣି ପାରିବେ ବୋଲି କୁହାଯାଉଛି।
ବାଣିଜ୍ୟ ବିଶ୍ଳେଷକ ତାରନ ଆଦର୍ଶ ଟୁଇଟ୍ରେ ଫେବୃଆରି ୧୭ରେ ‘ପଠାନ’ର ଟିକେଟ ମୂଲ୍ୟ ହ୍ରାସ ବିଷୟରେ ସୂଚନା ଦେଇଛନ୍ତି। ସେ ଟୁଇଟ୍ରେ ଲେଖିଛନ୍ତି, ‘ପଠାନ’ ୫୦୦ କୋଟି ଅତିକ୍ରମ କରିବା ପରେ ଓ୍ବାଇଆର୍ଏଫ୍ ଫେବୃଆରି ୧୭କୁ ‘ପଠାନ ଦିବସ’ ଭାବେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ଏହି ଅବସରରେ ‘ପଠାନ’ ଟିକେଟ ପିଭିଆର୍, ଆଇନକ୍ସ, ସିନେପଲିସ୍ରେ ୧୧୦ ଟଙ୍କା ରହିବ।