ପାଟନା: ଭୋଜପୁରୀ ଚଳଚ୍ଚିତ୍ର ଅଭିନେତା ପବନ ସିଂହ ଏବଂ ତାଙ୍କ ପତ୍ନୀ ଜ୍ୟୋତି ସିଂହଙ୍କ ମଧ୍ୟରେ ଚାଲିଥିବା ପାରିବାରିକ କଳହ ଏବେ ଚର୍ଚ୍ଚାରେ ରହିଛି। 

Advertisment

ଜ୍ୟୋତି ସ୍ବାମୀଙ୍କ ବିରୋଧରେ ଆଣିଥିବା ଗମ୍ଭୀର ଅଭିଯୋଗ ପରେ ପବନଙ୍କ ରାଜନୈତିକ କ୍ୟାରିୟର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜ୍ୟୋତି ସିଂହ କହିଛନ୍ତି, ‘ପବନ ସିଂହ ମୋ ଗର୍ଭ ନଷ୍ଟ କରିଛନ୍ତି। ମୁଁ ସନ୍ତାନ ପାଇଁ ଆଗ୍ରହୀ ଥିବା ବେଳେ ସେ ମୋତେ ଗର୍ଭପାତ ବଟିକା ଖାଇବାକୁ ବାଧ୍ୟ କରୁଥିଲେ।  ଏନେଇ ମୁଁ ପ୍ରତିବାଦ କରିବାରୁ ମୋତେ ନିର୍ଯାତନା ଦିଆଯାଇ ଅଜଣାତରେ ନିଦ ବଟିକା ମଧ୍ୟ ଖାଇବାକୁ ଦିଆଯାଇଥିଲା। ଏବେ ଏସବୁ ଅଭିଯୋଗକୁ ପବନ କେଉଁ ମୁହଁରେ ଖଣ୍ଡ କରୁଛନ୍ତି। 

ମୁଁ ପବନ ସିଂହଙ୍କୁ ବଦନାମ କରୁନାହିଁ। ଏବେ ପରିସ୍ଥିତି ଏମିତି ହୋଇଛି କି ମୁଁ କେବଳ ମୋର ପକ୍ଷ ରଖିବାକୁ ବାଧ୍ୟ ହେଉଛି। ମୁଁ ପବନ ସିଂହଙ୍କୁ ପଚାରିବାକୁ ଚାହୁଁଛି, ଯେତେବେଳେ ସେ ମୋତେ ଲୋକସଭା ନିର୍ବାଚନ ପାଇଁ ଡାକିଥିଲେ, ଆମର ମାମଲା କ'ଣ କୋର୍ଟରେ ବିଚାରାଧୀନ ନଥିଲା କି? ଯେତେବେଳେ ସେ ପୁଣି ମୋର ମଥାରେ ସିନ୍ଦୂର ଦେଇଥିଲେ ସେତେବେଳେ  ଛାଡ଼ପତ୍ର ଏବଂ ଭରଣପୋଷଣ ମାମଲା କ'ଣ କୋର୍ଟରେ ବିଚାରାଧୀନ ନଥିଲା କି?"