ଭୁବନେଶ୍ବର: ଓଡ଼ିଆ ସିନେମାରେ କେତେକ ନାୟକଙ୍କୁ ଦେଶପ୍ରେମୀ ଭୂମିକାରେ ଦେଖିବାକୁ ମିଳିଛି। ଆସନ୍ତୁ ସେଭଳି କିଛି ନାୟକଙ୍କ ଅଭିନୀତ ଫିଲ୍ମ କଥା ଜାଣିବା ।

Advertisment

publive-image

ପ୍ରଶାନ୍ତ ନନ୍ଦ: ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ‘ବଳିଦାନ’ ଛବିରେ ନାୟକ ପ୍ରଶାନ୍ତ ନନ୍ଦ ଏଭଳି ଏକ ଭୂମିକା ନିଭାଇଥିଲେ, ଯେଉଁଥିରେ ଦେଶପ୍ରେମର ଛିଟା ଥିଲା । ଏହି ସିନେମାର ଗୀତ ବହି ଯାଏରେ ଗଙ୍ଗା ଉଡେ ତ୍ରିରଙ୍ଗା... ଆଜି ବି ଜନମାନସରେ ଜୀବନ୍ତ ହୋଇ ରହିଛି । ଠିକ୍ ସେହିପରି ୧୯୮୬ର ସିନେମା ‘ପକା କମ୍ବଳ ପୋତ ଛତା’ରେ ବି ପ୍ରଶାନ୍ତଙ୍କ ଅଭିନୀତ ଚରିତ୍ରରେ ଦେଶପ୍ରେମୀର ଭାବନା ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ ।
ସିଦ୍ଧାନ୍ତ: ଓଲିଉଡର ଲୋକପ୍ରିୟ ନାୟକ ସିଦ୍ଧାନ୍ତ ‘ବନ୍ଦେ ଉତ୍କଳ ଜନନୀ’ ଭଳି ସିନେମାରେ ଜଣେ ଦେଶଭକ୍ତ ପୁଲିସ୍ ଅଧିକାରୀ ଭୂମିକା ନିଭାଇଥିଲେ ।

publive-image
ବୁଦ୍ଧାଦିତ୍ୟ: ଓଲିଉଡର ଜଣାଶୁଣା ନାୟକ ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ ତାଙ୍କ ଅଭିନୀତ ପ୍ରଥମ ସିନେମା ‘ଆଇ ଲଭ୍ ମାଇଁ ଇଣ୍ଡିଆ’ରେ ହି ଜଣେ ଦେଶଭକ୍ତର ଭୂମିକାରେ ଅଭିନୟ କରିଥିଲେ । ବିଭୁତି ରାଉତରାୟଙ୍କ ପ୍ରଯୋଜିତ ତଥା ସଂଗ୍ରାମ ବିଶ୍ୱାଳଙ୍କ ନିର୍ଦେଶିତ ଏହି ଓଡ଼ିଆ ସିନେମାରେ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ଉପରେ ପିକଚରାଇଜ୍ ହୋଇଥିଲା ସିନେମାର ଟାଇଟଲ୍ ଗୀତ ଆଇ ଲଭ୍ ମାଇଁ ଇଣ୍ଡିଆ... ବେଶ୍ ଲୋକପ୍ରିୟ ହୋଇଥିଲା । ଏହି ଫିଲ୍ମରେ ନମ୍ରତା ଥାପା ଥିଲେ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାୟିକା ଭୂମିକାରେ।

publive-image
ଅନୁଭବ: ଓଲିଉଡର ଲୋକପ୍ରିୟ ନାୟକ ଅନୁଭବ ମହାନ୍ତିଙ୍କୁ ୨୦୧୮ରେ ରିଲିଜ୍ ହୋଇଥିବା ଓଡ଼ିଆ ସିନେମା ‘ପ୍ରେମକୁମାର’ରେ ଜଣେ ଦେଶପ୍ରେମୀ ଭୂମିକାରେ ଦେଖିବାକୁ ମିଳିଥିଲା । ଏହାର ନିର୍ଦେଶନା ଦେଇଥିଲେ ତାପସ ସରଘରିଆ । ଏଥିରେ ତମନ୍ନା ଓ ଶିବାନୀ ନାୟିକା ଚରିତ୍ରରେ ନଜର ଆସିଥିଲେ।
ସବ୍ୟସାଚୀ: ସୋବର ବୟ ସବ୍ୟସାଚୀ ମଧ୍ୟ ‘ବନ୍ଦେ ଉତ୍କଳ ଜନନୀ’ ଭଳି ସିନେମାରେ ଜଣେ ଦେଶଭକ୍ତ ପୁଲିସ୍ ଅଧିକାରୀ ଭୂମିକା ନିଭାଇଥିଲେ ।
ଦେବାଶିଷ- ଓଡ଼ିଆ ସିନେମା ‘ଶହିଦ ରଘୁ ସର୍ଦ୍ଦାର’ରେ ଦେବାଶିଷ ଜଣେ ଦେଶପ୍ରେମୀ ଚରିତ୍ରରେ ଅଭିନୟ କରିଛନ୍ତି। ଏହାର ପ୍ରଯୋଜକ ହେଲେ ବିଶ୍ୱନାଥ ପଟ୍ଟନାୟକ । ରାଜୀବ ମହାନ୍ତି ଏହି  ସିନେମାର ନିର୍ଦେଶନା ଦେଇଛନ୍ତି । ଫିଲ୍ମର ମୁଖ୍ୟ ଚରିତ୍ରରେ ଦର୍ଶକ ଦେବାଶିଷଙ୍କ ବ୍ୟତୀତ କାବ୍ୟା, ସନ୍ତୋଷ, ଜିନା, ରୁଦ୍ର, ପିଣ୍ଟୁ ନନ୍ଦ, ରାଜୀବ ମହାନ୍ତି, ବିଜୁ ବଡ଼ଜେନା ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା ।