ଓଲିଉଡ୍ରେ ପୁରୁଣା ଟାଇଟଲ୍କୁ ନେଇ ବହୁ ନୂଆ ସିନେମା ନିର୍ମାଣ ହୋଇଛି। ସେହି ଧାରାରେ ସାମିଲ ହୋଇଛି ‘ପବିତ୍ର ବନ୍ଧନ’। ୧୯୯୯ରେ ନିର୍ଦ୍ଦେଶକ ରବି କିନ୍ନାଗୀ ‘ପବିତ୍ର ବନ୍ଧନ’ ନିର୍ମାଣ କରିଥିଲେ। ଏଥିରେ ମିହିର ଦାସ, ରଚନା, ସ୍ମିତା ମହାନ୍ତି, ବାଙ୍କୁ ଓ ନମ୍ରତା ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସୁନ୍ଦର ପାରିବାରିକ କାହାଣୀକୁ ନେଇ ନିର୍ମିତ ଏହି ଓଡ଼ିଆ ଛବି ଦର୍ଶକଙ୍କ ଦ୍ବାରା ଆଦୃତ ବି ହୋଇଥିଲା। ଅମରେନ୍ଦ୍ର ମହାନ୍ତି ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।
ଏବେ ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶନାରେ ‘ପବିତ୍ର ବନ୍ଧନ’ ଶୀର୍ଷକରେ ଏକ ନୂଆ ଓଡ଼ିଆ ସିନେମା ନିର୍ମିତ ହୋଇଛି। ଏହାର ସମସ୍ତ କାମ ଢେର ଦିନ ହେବ ସରିଛି। ଏବେ କେବଳ ରିଲିଜ୍କୁ ଅପେକ୍ଷା। ଏଥିରେ ଦୀପକ, ରୀୟା, ନମ୍ରତା ଦାସ, ନମିତା ଦାସ, ପୃଥ୍ବୀରାଜ ନାୟକ ଓ କୁକିଜ୍ ସ୍ବାଇଁ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଡକ୍ଟର ନିର୍ମଳ ନାୟକ ଏହାର ସଂଳାପକାର ଓ ବୈଦ୍ୟନାଥ ଦାଶ ଏହାର ସଙ୍ଗୀତକାର। ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ ଏହାର ପ୍ରଯୋଜନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/19/sssfxcxxc-2025-07-19-01-32-32.jpg)