ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଅଭିନେତା ପବନ କଲ୍ୟାଣଙ୍କ ଧର୍ମପତ୍ନୀ ଅନ୍ନା ଲେଝନେଭା ଲଣ୍ଡା ହୋଇ ଯାଇଛନ୍ତି।ଅନ୍ନା ତିରୁମାଳା ତିରୁପତି ମନ୍ଦିରରେ କେଶଦାନ କରିଛନ୍ତି।
ସୋସିଆଲ ମିଡିଆରେ ଅନ୍ନାଙ୍କ ଲଣ୍ଡା ହେବା ସମୟର ଓ ପରର ଫଟୋ ଭାଇରାଲ ହେବାରେ ଲାଗିଛି। ତେବେ ଅନ୍ନା ତାଙ୍କର ଏହି କେଶ କିଛି ସ୍ବତନ୍ତ୍ର କାରଣ ପାଇଁ ଦାନ କରିଛନ୍ତି।
କିଛିଦିନ ପୂର୍ବେ ସିଙ୍ଗାପୁରର ଏକ ସ୍କୁଲରେ ନିଆଁ ଲାଗିବାରୁ ଆନ୍ଧ୍ର ପବନ କଲ୍ୟାଣଙ୍କ ସାନ ପୁଅ ମାର୍କ ଶଙ୍କର ଆହତ ହୋଇ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ ଘରକୁ ଛୁଟି କରି ଦିଆଯାଇଥିଲା।
ଅନ୍ନାଙ୍କ କହିବାନୁସାରେ, ‘ଦୁର୍ଘଟଣାରେ ମୋ ପୁଅର ଜୀବନ ବଞ୍ଚାଇ ଥିବାରୁ ମୁଁ ଭଗବାନଙ୍କ ନିକଟରେ ଋଣୀ। ତେଣୁ ମୁଁ ମୋ କେଶକୁ ତିରୁମାଳାତିରୁପତି ମନ୍ଦିରରେ ଦାନ କରିଛି।
ଉଲ୍ଲେଖଯୋଗ୍ୟ, "ସିଙ୍ଗାପୁରରେ ଏକ ଗ୍ରୀଷ୍ମ ଶିବିର(ସମର କ୍ୟାମ୍ପ) ସମୟରେ ଏହି ଘଟଣା ଘଟିଥିଲା। ଏହି ଘଟଣାରେ ଅନେକ ପିଲା ଆହତ ହୋଇଥିଲେ ଏବଂ ଜଣକର ମୃତ୍ୟୁ ହୋଇଥିଲା। ମାର୍କଙ୍କର ଏହି ଘଟଣାରେ ହାତ ଏବଂ ଗୋଡ଼ ପୋଡ଼ି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/14/7HWAJLyovDIOkV7NfzYB.jpg)