ନୂଆଦିଲ୍ଲୀ: ଭୋଜପୁରୀ ସୁପରଷ୍ଟାର ପବନ ସିଂହ ଅଭିନେତ୍ରୀ ଅଞ୍ଜଳି ରାଘବଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରି ବିବାଦକୁ ଆସିଯାଇଥିଲେ। ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କୁ ଟ୍ରୋଲ କରିଥିଲେ। କିଭଳି ଜଣଙ୍କ ଅନୁମତି ବିନା ପବନ ତାଙ୍କ ଅଣ୍ଟାକୁ ସ୍ପର୍ଶ କଲେ ବୋଲି ଲୋକେ ପ୍ରଶ୍ନ କରିଥିଲେ। ସବୁଠୁ ବଡ଼ କଥା ହେଲା ମଞ୍ଚ ଉପରେ ସର୍ବସମ୍ମୁଖରେ ସେ ଏଭଳି କରିଥିଲେ। ଏହି ଘଟଣା 'ସୈୟାଁ ସେବା କରେ' ଗୀତର ପ୍ରମୋସନ ସମୟରେ ଘଟିଥିଲା। ପ୍ରଥମେ ଏହି ଘଟଣାକୁ ବିରୋଧ କରିଥିବା ଅଭିନେତ୍ରୀ ଏବେ ପବନଙ୍କୁ କ୍ଷମା କରି ଦେଇଥିବା କହିଛନ୍ତି।
इस व्यक्ति का नाम पवन सिंह है जिसको देश के लोकतंत्र के मंदिर संसद में जाना है।लेकिन इस कृत्य से???
— Shivam Pandey 🇮🇳❤️ (@ShivamPandey__7) August 28, 2025
ये लड़की कितनी असहज महसूस कर रही है फिर भी मंच पर एक झापड़ नहीं मार रही पता है क्यों??क्योंकि काम नहीं मिलेगा और वहीं से ऐसे समाज के बलात्कारियों का मन बढ़ता है।भोजपुरी इंडस्ट्री… pic.twitter.com/TfoYoJwJDR
ଘଟଣା ଘଟିବା ପରେ ଲାଇଭ୍ ଭିଡିଓ କରି ଅଞ୍ଜଳି କହିଥିଲେ ଯେ, ଏହି ଘଟଣା ପରେ ମୋତେ ଗଭୀର ଆଘାତ ଲାଗିଛି। ଆଗକୁ ମୁଁ ଭୋଜପୁରୀ ଇଣ୍ଡଷ୍ଟ୍ରିରେ କାମ କରିବି ନାହିଁ।
ଏହାର ଜବାବରେ କ୍ଷମା ମାଗି ପବନ ସିଂହ ଇନଷ୍ଟାରେ ଷ୍ଟାଟସ ରଖିଥିଲେ ଯେ, ‘ଅଞ୍ଜଳିଜୀ, ମୋର ବ୍ୟସ୍ତତା ଯୋଗୁଁ ମୁଁ ଆପଣଙ୍କର ଲାଇଭ୍ ଦେଖିପାରିଲି ନାହିଁ। ଯେତେବେଳେ ମୁଁ ଏହା ଜାଣିବାକୁ ପାଇଲି, ମୋତେ ବହୁତ ଖରାପ ଲାଗିଲା। ଆପଣଙ୍କ ପ୍ରତି ମୋର କୌଣସି ଖରାପ ଉଦ୍ଦେଶ୍ୟ ନଥିଲା କାରଣ ଆମେ କଳାକାର। ଏହା ସତ୍ତ୍ୱେ, ଯଦି ମୋର କୌଣସି ଆଚରଣ ଦ୍ୱାରା ଆପଣ ଆଘାତ ପାଇଛନ୍ତି, ତେବେ ମୁଁ ସେଥିପାଇଁ କ୍ଷମା ପ୍ରାର୍ଥନା କରୁଛି।’
/sambad/media/post_attachments/ibnkhabar/uploads/2025/08/1-2025-08-281d4a37596fb816a0f1ae43230d850c-313015.jpg?impolicy=website&width=807&height=580)
ଏହା ଦେଖି ଅଞ୍ଜଳି ଏବେ ପ୍ରତିକ୍ରିୟା ଦେଇଛନ୍ତି। ଜବାବରେ ସେ ଲେଖିଛନ୍ତି, 'ପବନ ସିଂହଜୀ ତାଙ୍କ ଭୁଲ ପାଇଁ କ୍ଷମା ମାଗିଛନ୍ତି। ସେ ମୋଠାରୁ ବଡ଼ ଏବଂ ଜଣେ ବରିଷ୍ଠ କଳାକାର। ମୁଁ ତାଙ୍କୁ କ୍ଷମା କରିଦେଇଛି। ମୁଁ ଏହି ଘଟଣାକୁ ଆଉ ଆଗକୁ ନେବାକୁ ଚାହୁଁନାହିଁ। ଜୟ ଶ୍ରୀ ରାମ।'
/sambad/media/post_attachments/ibnkhabar/uploads/2025/08/2-2025-08-a23b6accc6cbfa0b23861cd26c05b88b-908009.jpg?impolicy=website&width=807&height=580)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/08/31/new-project-2025-08-31-12-45-42.jpg)