କେବଳ ସଙ୍ଗୀତରେ ଯାଦୁ ନୁହେଁ, ପାହାଡିଆ ରାସ୍ତାରେ ବସ ବି ଚଳାନ୍ତି ପୱନଦୀପ୍

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ମ୍ୟୁଜିକ ରିୟଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍’ର ୧୨ତମ ସଂସ୍କରଣର ବିଜେତା ହୋଇଛନ୍ତି ସୁଗାୟକ ପୱନଦୀପ୍ ରାଜନ୍। ଗତକାଲି ଅନୁଷ୍ଠିତ ଗ୍ରାଣ୍ଡ୍ ଫିନାଲେରେ ପୱନଦୀପ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତାର ମୁକୁଟ ପିନ୍ଧିଛନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ କେବଳ ସଙ୍ଗୀତରେ ନିଜର ଯାଦୁ ଚଳାଇନାହାନ୍ତି ବରଂ ସେ ପାହାଡିଆ ଘାଟି ରାସ୍ତାରେ ଖୁବ ଭଲରେ ବସ ଚଳାନ୍ତି | ଯେଉଁ ରାସ୍ତାରେ ବସ ଚଳାଇବାକୁ ଅଭିଜ୍ଞ ଡ୍ରାଇଭର ମଧ୍ୟ ଥରେ ଭାବନ୍ତି ପୱନଦୀପ୍ ଉତ୍ତରାଖଣ୍ଡର ପାହାଡିଆ ରାସ୍ତାରେ ଯାତ୍ରୀବାହୀ ବସ ଚଳାନ୍ତି |

ପୱନଦୀପ ଏହାର ଭିଡିଓ ନିଜେ ୟୁଟ୍ୟୁବରେ ପୋଷ୍ଟ କରିଛନ୍ତି, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ପୱନଦୀପ୍ ରାଜନ ଉତ୍ତରାଖଣ୍ଡର ପାହାଡି ରାସ୍ତାରେ ଖୁବ ଦକ୍ଷତାର ସହିତ ବସ ଚଳାଉଛନ୍ତି |


ଭିଡିଓ ଦେଖି ପ୍ରଶଂସକମାନେ କହିଛନ୍ତି, ‘ଆପଣ ଯଦି ସବୁ କାମ କରିବେ, ତେବେ ଆମେ କଣ କରିବୁ?’ ଭିଡିଓର ପୃଷ୍ଠଭୂମିରେ ଗଦର ଚଳଚ୍ଚିତ୍ରର ‘ମେଁ ନିକଲା ଗାଡି ଲେକେ’ ଗୀତ ବାଜୁଛି। ବର୍ତ୍ତମାନ ପୱନଦୀପଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି | ତେବେ ସେ ଜଣେ ପେସାଦାର ବସ୍ ଡ୍ରାଇଭର କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ଉଲ୍ଲେଖଥାଉ କି, ପୱନଦୀପଙ୍କ ଏହି ଭାଇରାଲ ଭିଡିଓ ୧୫ ଏପ୍ରିଲ ୨୦୨୧ ରେ ପୋଷ୍ଟ କରାଯାଇଥିଲା।

ସମ୍ବନ୍ଧିତ ଖବର