ମୁମ୍ବାଇ: ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୨ର ବିଜେତା ତଥା କଣ୍ଠଶିଳ୍ପୀ ପବନଦୀପ ରାଜନ୍ ଗତସୋମବାର ଆମରୋହାରେ ଏକ ଭୟାବହ କାର ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ‌ହୋଇଛନ୍ତି। 

Advertisment

ପବନଦୀପ ରାଜନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ କିପରି ଅଛନ୍ତି ସେ ନେଇ ତାଙ୍କ ଟିମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। 

ପୋଷ୍ଟରେ ଲେଖା ହୋଇଛି, ଆପଣ ସମସ୍ତଙ୍କୁ ନମସ୍କାର, ଆପଣମାନେ ସମସ୍ତେ ଜାଣନ୍ତି ଯେ ପବନଦୀପ ରାଜନ ମଇ ୫ ସକାଳେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ସମୟରେ ଉତ୍ତରପ୍ରଦେଶର ମୁରାଦାବାଦ ନିକଟରେ ଏକ ଭୟାବହ ସଡ଼କ ଦୁର୍ଘଟଣାର ଶିକାର ହୋଇ ଗୁରୁ୍ତର  ଆହତ ହୋଇଥିଲେ।

ପ୍ରଥମେ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ଏହାପରେ  ପବନଦୀପଙ୍କୁ ଦିଲ୍ଲୀ ଏନସିଆରର ଏକ ଉତ୍ତମ ଚିକିତ୍ସା ବ୍ୟବସ୍ଥା ହସ୍ପିଟାଲକୁ ରେଫର କରି ଦିଆଯାଇଥିଲା।

ପବନଦୀପ ରାଜନଙ୍କ ଶରୀରରେ ଅନେକ ବଡ଼ ଆଘାତ ଏବଂ କିଛି ସାମାନ୍ୟ ଆଘାତ ଲାଗିଛି। ଦୁର୍ଘଟଣା ଦିନ ପବନ ସାରା ଦିନ ଚେତାଶୂନ୍ୟ ଥିଲେ। ତାଙ୍କୁ ମଇ ୫ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଅପରେସନ ଥିଏଟରକୁ ନିଆଯାଇଥିଲା । ସେଠାରେ ତାଙ୍କର ଛଅ ଘଣ୍ଟାର ଅସ୍ତ୍ରୋପଚାର ହୋଇଥିଲା। ବର୍ତ୍ତମାନ ସେ ଆଇସିୟୁରେ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି। ୩/୪ ଦିନ ବିଶ୍ରାମ ନେବା ପରେ ଶରୀରରେ ଭାଙ୍ଗିଥିବା ଅନ୍ୟ ହାଡ଼ଗୁଡ଼ିକର ଅସ୍ତ୍ରୋପଚାର କରାଯିବ।