‘ମାଫିଆ ଗ୍ୟାଙ୍ଗ ମତେ ମାରିଦେବେ’ କହି ମୋଦୀଙ୍କୁ ଟ୍ୱିଟ କଲେ ପାୟଲ ଘୋଷ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷ ଆଜି ମୋଦୀଙ୍କୁ ସାହାଯ୍ୟ ମାଗିଛନ୍ତି | ସେ ମୋଦୀଙ୍କୁ ଟ୍ୱିଟ କରି ଲେଖିଛନ୍ତି ଯେ ମାଫିଆ ଗ୍ୟାଙ୍ଗ ତାଙ୍କୁ ହତ୍ୟା କରିବ ଏବଂ ରେଖା ଶର୍ମା ମ୍ୟାଡ଼ାମ ମୋର ମୃତ୍ୟୁକୁ ଆତ୍ମହତ୍ୟା ଭାବେ ପ୍ରମାଣିତ ମଧ୍ୟ କରିଦେବେ | ସୂଚନା ଥାଉ କି ପାୟଲ ଘୋଷ ମୁମ୍ବାଇର ବର୍ସୋବା ଥାନାରେ ଅନୁରାଗଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ଅଭିଯୋଗ କରିଥିଲେ ।

ଏହାବ୍ୟତୀତ ଅଭିନେତ୍ରୀ ତାଙ୍କୁ ଭୁଲ୍‌ ଭାବେ ଅଟକ ରଖିବା, ଷଡ଼ଯନ୍ତ୍ର କରିବା ଏବଂ ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରିବା ଅଭିଯୋଗରେ ମଧ୍ୟ ଏତଲା ରୁଜୁ କରିଥିଲେ। ଅଭିନେତ୍ରୀଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଆଇପିସିର ଧାରା ୩୭୬, ୩୫୪, ୩୪୧,୩୪୨ ଅଧୀନରେ ନିର୍ମାତାଙ୍କ ନାମରେ ଅଭିଯୋଗ ହୋଇଛି।


ଆଇପିସିର ଧାରା ଅନୁଯାୟୀ ଏତଲା ରୁଜୁ ହେବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଉଛି। ଲିଖିତ ଅଭିଯୋଗ ପୂର୍ବରୁ ପାୟଲ ସୋସିଆଲ ମିଡିଆରେ ନିଜ ସହ ଘଟିଥିବା ଘଟଣା ବିଷୟରେ ଜଣାଇଥିଲେ। ଟୁଇଟ‌ରେ, ଅନୁରାଗ କଶ୍ୟପ ମୋତେ ଯୌନ ନିର୍ଯାତନା ଦେଇଥିଲେ। ନରେନ୍ଦ୍ର ମୋଦୀଜୀ ଦୟାକରି ପଦକ୍ଷେପ ନିଅନ୍ତୁ ଏବଂ ଦେଶକୁ ଏହି ସୃଜନଶୀଳ ବ୍ୟକ୍ତିଙ୍କ ପଛରେ ଥିବା ରାକ୍ଷସ ଦେଖାନ୍ତୁ। ମୁଁ ଜାଣେ ଏହା ମୋର କ୍ଷତି କରିପାରେ। ମୋର ସୁରକ୍ଷା ପ୍ରତି ବିପଦ ଅଛି। ଦୟାକରି ସାହାଯ୍ୟ କରନ୍ତୁ ବୋଲି ପାୟଲ ଲେଖିଥିଲେ ।

ସମ୍ବନ୍ଧିତ ଖବର