ପ୍ରଧାନମନ୍ତ୍ରୀଙ୍କୁ ପାୟଲ ଘୋଷଙ୍କ ଟ୍ବିଟ୍‌: ସେମାନେ ମତେ ମାରିଦେବେ

ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ଏବେ କିଛି ଦିନ ହେଲା ଅଭିନେତ୍ରୀ ପାୟଲ ଘୋଷ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସେବେଠୁ ସେ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ଅନ୍ୟପଟେ ରିଚା ଚଢ଼ାଙ୍କ ସହିତ ମଧ୍ୟ ତାଙ୍କର ବିବାଦ ଥମୁନାହିଁ। ଏବେ ପୁଣି ପାୟଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାହାଯ୍ୟ ମାଗି ଚର୍ଚ୍ଚାକୁ ଆସିଛନ୍ତି। ଗତ ରାତିରେ ପାୟଲ ଏକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦି, ପିଏମ୍‌ଓ ଓ ମହିଳା ଆୟୋଗର ଚେୟାରମ୍ୟାନ୍ ରେଖା ଶର୍ମାଙ୍କୁ ଟ୍ୟାଗ୍ କରିଥିଲେ। ଏହି ଟ୍ୱିଟ୍‌ରେ ପାୟଲ ଲେଖିଛନ୍ତି ‘ମାଫିଆ ଗ୍ୟାଙ୍ଗ ମୋତେ ମାରି ଦେବେ ଏବଂ ଏହାକୁ ସୁଇସାଇଡ୍ କିମ୍ବା ଅନ୍ୟ କିଛି ପ୍ରମାଣ କରିଦେବେ।’

ଏହାର କିଛି ଘଣ୍ଟା ପରେ ପାୟଲ ପୁଣି ଏକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ, ପିଏମ୍‌ଓ, ଗୃହ ମନ୍ତ୍ରାଳୟ ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୟାଗ୍ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ଏମିତି ଲାଗୁଛି ଯେମିତି ସୁଶାନ୍ତଙ୍କ ଭଳି ସେମାନେ ମୋ ମୃତ୍ୟୁକୁ ଅପେକ୍ଷା କରିଛନ୍ତି। କାରଣ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନି, ଚାରିଆ‌ଡ଼େ ଯେମିତି ଶୂନ୍ୟତାର ରାଜୁତି ଚାଲିଛି ଏବଂ ମୋ ମୃତ୍ୟୁ ମଧ୍ୟ ବଲିଉଡ୍‌ର ଅନ୍ୟ କଳାକାରଙ୍କ ଭଳି ରହସ୍ୟ ହୋଇ ରହିଯିବ।

ସମ୍ବନ୍ଧିତ ଖବର