ନୂଆଦିଲ୍ଲୀ: 'ବିଗ୍ ବସ୍ ଓଟିଟି ୩' ଘରୁ ପ୍ରତିଯୋଗୀ ଅରମାନ ମଲିକ୍ ଏବଂ କ୍ରିତିକା ମଲିକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅରମାନ ଓ କ୍ରିତିକାଙ୍କୁ ଅନ୍ତରଙ୍ଗ ହୋଇଥିବାର ଦେଖିବାକୁ ମିଳୁଛି।

Advertisment

ଏହି ଭିଡିଓ ଦେଖି ଲୋକେ ଦେଇଥିବା ପ୍ରତିକ୍ରିୟାକୁ ନେଇ ଅରମାନଙ୍କ ପ୍ରଥମ ପତ୍ନୀ ପାୟଲ ମଲିକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପାୟଲ ଏହି ଭିଡିଓକୁ ନକଲି ବୋଲି କହିବା ସହିତ ଯିଏ ଏଭଳି ଭିଡିଓ ପ୍ରସ୍ତୁତ କରିଛନ୍ତି ତାଙ୍କୁ ତୀବ୍ର ନିନ୍ଦା କରିଛନ୍ତି।

ପାୟଲ ମଲିକ ତାଙ୍କ ୟୁଟ୍ୟୁବ ବ୍ଲଗରେ କହିଛନ୍ତି, ‘ବିଗ୍ ବସ୍ ଘରୁ ଅରମାନ ଏବଂ କ୍ରିତିକାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ନେଇ ‌ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ଯାହାକି ମୋତେ ଆଘାତ ପହଞ୍ଚାଇଛି। ମୁଁ ଯେତେବେଳେ ଭିଡିଓ ଦେଖିଲି କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲି। ତା’ପରେ ସବୁକିଛି ବୁଝି ପାରିଲି। ଏହି ଭିଡିଓ ଏଡିଟିଂ ହୋଇଛି ବୋଲି ଜାଣି ପାରିଲି। କାରଣ ମୁଁ ବିଗ୍ ବସ୍ ଘରେ ୮ରୁ୯ ଦିନ ରହିଆସିଛି । ତେଣୁ ମୁଁ ଘରର ପ୍ରତ୍ୟେକ କୋଣ ଏବଂ କୋଣକୁ ଭଲଭାବେ ଜାଣିଛି।

ତେଣୁ ମୁଁ ଦାବିର ସହ କହୁଛି ଏହି ଭିଡିଓ ଏଡିଟି ହୋଇଛି। ଦୟାକରି ଯିଏ ଏପରି କରୁଛନ୍ତି ତାଙ୍କୁ ହାତଯୋଡ଼ି କହୁଛି। ସୀମା ଅତିକ୍ରମ କରନ୍ତୁ ନାହିଁ।

ମୋ ବଡ଼ ପୁଅ ଚିକୁ ସେ ବଡ଼ ହେଲାଣି। ସେବି ଇନଷ୍ଟାଗ୍ରାମ ଦେଖୁଛି। ତା’ ସ‌ାମ୍ନାରେ ଯଦି ଏହି ଭିଡିଓ ପଡ଼ିବ କ’ଣ ସେ ଭାବିବ। ତେଣୁ ଦୟାକରି ଏହି ଭିଡିଓ ଡିଲିଟି କରି ଦ୍ବିତୀୟଥର ଏମିତି କାହା ସହିତ କରନ୍ତୁ ନାହିଁ ବୋଲି ମୁଁ ଅନୁରୋଧ କରି କହୁଛି।