ବିଗବସ ଓଟିଟିରେ ଲୋକପ୍ରିୟ ୟୁଟ୍ୟୁବରଙ୍କ ସ୍ତ୍ରୀ କରିଥିବା ଦାବି ମିଥ୍ୟା: ସୋସିଆଲ ମିଡିଆ ବ୍ୟବହାରକାରୀ

ନୂଆଦିଲ୍ଲୀ: ବିଗବସ ଓଟିଟି ସିଜନ-୩ ଆରମ୍ଭ ହୋଇଯାଇଛି। ଚଳିତ ଥର ଏହି ସୋ’ର ଉପସ୍ଥାପକ ଅନିଲ କପୁର ଥିବା ବେଳେ ବିଭିନ୍ନ ରକମର ପ୍ରତିଯୋଗୀଙ୍କୁ ସୋ’ରେ ଦେଖିବାକୁ ମିଳୁଛି।

ବିଶେଷ ଭାବେ ଲୋକପ୍ରିୟ ୟୁଟ୍ୟୁବ ଅରମାନ ମଲିକ ଓ ତାଙ୍କ ଦୁଇଜଣ ସ୍ତ୍ରୀ ପାୟଲ ଓ କ୍ରିତିକାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କେହି ତିନିଜଣଙ୍କୁ ସମର୍ଥନ କରୁଥିବା ବେଳେ ଆଉ କେତେଜଣ ଟ୍ରୋଲ କରିବା ସହିତ ଏମାନଙ୍କ ପ୍ରେମକାହାଣୀ ଓ ବିଗବସ ଓଟିଟିରେ କରୁଥିବା ଦାବିକୁ ମିଥ୍ୟା ବୋଲି କହୁଛନ୍ତି।

କାରଣ ସୋସିଆଲ ମିଡିଆ ବ୍ୟବହାରକାରୀ ଏକ ପୁରୁଣା ଭିଡିଓ ଖୋଜି ପାଇଛନ୍ତି। ଯେଉଁଥିରେ ପାୟଲ ତାଙ୍କ ସ୍ବାମୀ ଓ କ୍ରିତିକାଙ୍କୁ ନେଇ କହୁଛନ୍ତି, ‘ଏ ଦୁଇଜଣ ମୋର କିଛି ବି ଚିନ୍ତା କରନ୍ତି ନାହିଁ। ଯାହାବି କରିବାର ହୁଏ ମୁଁ ହିଁ କରେ। କାରଣ ଅରମାନ ଓ କ୍ରିତିକା ନିଜନିଜ କାମରେ ବ୍ୟସ୍ତ ଥାଆନ୍ତି। କେବଳ କ୍ୟାମେରା ଅନ ହେ‌ଲେ ସେମାନଙ୍କ ରୁପ ବଦଳିଯାଏ। ’

ତେବେ ଅରମାନ, ପାୟଲ ଓ କ୍ରିତିକାଙ୍କ ମଧ୍ୟରେ କିଭଳି ସମ୍ପର୍କ ଅଛି ତାହା ସେମାନେ ହିଁ ଜାଣିଛନ୍ତି। ‌ସୋସିଆଲ ମିଡିଆ ବ୍ୟବହାରକାରୀ କହୁଛନ୍ତି, ‘ପାୟଲ ଯେଭଳି କହୁଛନ୍ତି କି ତାଙ୍କ ସ୍ବାମୀ ଦ୍ବିତୀୟ ବିବାହ କଲେ ଆଉ ସେ ଖୁସିରେ ଖୁସିରେ ଆପଣାଇ ନେଲେ। ଏମିତି ଘଟଣାକୁ ବିଶ୍ବାସ କରିବା ଅସମ୍ଭବ। କାରଣ କୌଣସି ସ୍ତ୍ରୀ ତାର ସ୍ବାମୀଙ୍କର ଦ୍ବିତୀୟ ବିବାହକୁ ଗ୍ରହଣ କରିପାରେ ନାହିଁ। ତେଣୁ କ୍ୟାମେରା ସ‌ାମ୍ନାରେ ହେଉ ଅବ ଟେଲିଭିଜନରେ ଅରମାନ, ପାୟଲ ଓ କ୍ରିତିକା ମନଗଢ଼ା କାହାଣୀ କହି ସମସ୍ତଙ୍କୁ ଭୁଆଁ ବୁଲାଉଛନ୍ତି।’

 

 

ସମ୍ବନ୍ଧିତ ଖବର