ନୂଆଦିଲ୍ଲୀ : ସକ୍ରିୟ ରାଜନୀତିରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରବେଶ କରିବା ପରେ ତାଙ୍କୁ ନେଇ ସବୁ ମହଲରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । କିଛି ତାଙ୍କ ପ୍ରବେଶକୁ ସମର୍ଥନ ଜଣାଇବା ସହ କିଛି ତାଙ୍କ ପ୍ରବେଶକୁ ବିରୋଧ କରିବା ସହ ସମାଲୋଚନା କରୁଥିବା ଦେଖା ଯାଇଛି । ପୂର୍ବରୁ ବିଜେପି ପକ୍ଷରୁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସମାଲୋଚନା କରାଯାଇଥିବା ବେଳେ ଏବେ ଜଣେ ଅଭିନେତ୍ରୀ ତାଙ୍କୁ ଟୁଇଟ୍ କରି ସମାଲୋଚନା କରିଛନ୍ତି । ବଲିଉଡ୍ ଅଭିନେତ୍ରୀ ପାୟଲ ରୋହ୍ତଗୀ ନିଜ ଟୁଇଟ୍ର ଅକାଉଣ୍ଟ ଜରିଆରେ ପ୍ରିୟଙ୍କାଙ୍କୁ ନେଇ ବିବାଦୀୟ ଏବଂ ଅଶ୍ଲୀଳ ମନ୍ତବ୍ୟ ଦେଇଥିବା ଦେଖା ଯାଇଛି ।
They say that Indira Gandhi killed LaL Bahadur Shastri to become PM of India. They say Indira killed her son Sanjay Gandhi. They say Indira was a #Dictator ? Do we need another killer or dictator or fascist ? Blood & Lookalikes can have similar traits ? #PriyankaInPolitics pic.twitter.com/BiSrA8fTfP
— PAYAL ROHATGI & Team (@Payal_Rohatgi) January 23, 2019
ନିଜ ଟୁଇଟ୍ରେ, ଲୋକେ କୁହନ୍ତି କି ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ହେବା ପାଇଁ ଲାଲବାହାଦୂର ଶାସ୍ତ୍ରୀଙ୍କ ହତ୍ୟା କରିଥିଲେ । ଏହା ସହ ନିଜ ପୁଅ ସଞ୍ଜୟ ଗାନ୍ଧିଙ୍କୁ ମଧ୍ୟ ସେ ହତ୍ୟା କରିଥିଲେ । ଆମେ କ’ଣ ପୁଣି ଥରେ ଜଣେ ହତ୍ୟାକାରୀଙ୍କୁ ଶାସନରେ ଆଣିବା କି? ଏକା ରକ୍ତ ଯେହେତୁ କାମ ମଧ୍ୟ ଏକା ହୋଇଥିବ ବୋଲି ସେ ଲେଖିଛନ୍ତି ।
Porn star SunnyLeone को खड़ा करदो Priyanka Gandhi के साथ वो box office के साथ bedroom stories मैं भी hit हैं । दोनो बैठके promote karenge अपने पति को, एक तरफ़ Robert Vadra और दूसरी और Daniel Webber। वैसे भी भारतीय को गोरी चमड़ी अच्छी लगती है और मुफ़्त मैं sex पे ज्ञान मिलेंगा ?
— PAYAL ROHATGI & Team (@Payal_Rohatgi) January 23, 2019
ଏହା ସହ ପ୍ରିୟଙ୍କାଙ୍କୁ ପର୍ଣ୍ଣ ଷ୍ଟାର ସନ୍ନି ଲିଓନିଙ୍କ ସହ ତୁଳନା କରି ଦୁହିଁଙ୍କୁ ଏକା ସାଙ୍ଗରେ ଠିଆ କରାଇଦିଅ । ଦୁହେଁ ନିଜ ନିଜର ବେଡ୍ରୁମ୍ ଷ୍ଟୋରି ସେୟାର କରିବା ସହ ନିଜ ନିଜର ସ୍ୱାମୀମାନଙ୍କୁ ପ୍ରମୋଟ କରିବେ । ସେମିତି ବି ଭାରତୀୟମାନଙ୍କୁ ଗୋରା ଚମଡ଼ା ପସନ୍ଦ ଏବଂ ମାଗଣାରେ ସେକ୍ସ ଉପରେ ମଧ୍ୟ ଜ୍ଞାନ ମିଳିଯିବ ବୋଲି ପାୟଲ ଟୁଇଟ୍ କରି ଲେଖିଥିବା ଦେଖା ଯାଇଛି । ତାଙ୍କର ଏହି ଟୁଇଟ୍ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ଦେଖା ଦେଇଛି । ପାୟଲଙ୍କ ଏଭଳି ମନ୍ତବ୍ୟ ପାଇଁ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।