ପୁଲିସ ହେପାଜତରେ ଥିବା ଏଜାଜ୍‌ଙ୍କ ବିରୋଧରେ ଏତଲା ରୁଜୁ କଲେ ପାୟଲ, ଆପତ୍ତିଜନକ ଭିଡିଓ ତିଆରି କରିଥିବା ନେଇ କଲେ ଅଭିଯୋଗ

ମୁମ୍ବାଇ : ଅଭିନେତ୍ରୀ ପାୟଲ ରୋହତଗୀ ଶୁକ୍ରବାର ପୁଲିସ ହେପାଜତରେ ଥିବା ଅଭିନେତା ଏଜାଜ୍‌ ଖାନ୍‌ଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି । ପୂର୍ବରୁ ମ୍ୟୁଜିକାଲ ଆପ୍‌ ଟିକ୍‌ ଟକ୍‌ ଜରିଆରେ ବିବାଦୀୟ ମନ୍ତବ୍ୟ ଦେଇ ଏଜାଜ୍‌କୁ ପୁଲିସ ଗିରଫ କରିଥିବା ବେଳ ତାଙ୍କ ବିରୋଧରେ ନୂଆ ଏତଲା ଦେଇଛନ୍ତି ପାୟଲ । ତାଙ୍କୁ ନେଇ ଏଜାଜ୍‌ ଆପତ୍ତିଜନକ ଭିଡିଓ ତିଆରି କରିଥିବାର ଅଭିଯୋଗ କରିଛନ୍ତି ପାୟଲ । ଅହମଦାବାଦ୍‌ରେ ରହୁଥିବା ପାୟଲ ଶାହିବାଗ୍‌ ପୁଲିସର ସାଇବର କ୍ରାଇମ୍‌ ବ୍ରାଞ୍ଚରେ ଏଭଳି ଅଭିଯୋଗ କରିଥିବା ଜଣାପଡ଼ିଛି । ମୋତେ ମୋ ସୁରକ୍ଷାକୁ ନେଇ ଚିନ୍ତା ହେଉଥିବାରୁ ମୁଁ ଏଜାଜ୍‌ଙ୍କ ବିରୋଧରେ ଅଭିଯୋଗ କରିଥିବା କହିଛନ୍ତି ପାୟଲ ।

ସୂଚନା ମୁତାବକ, ପାୟଲଙ୍କ ଭିଡିଓ ସେୟାର କରି ତାଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଇଥିଲେ ଏଜାଜ୍‌ । ପାୟଲଙ୍କର ଅନେକ ପ୍ରେମିକ ଥିବା କଥା କହିବା ସହ ସେ ସି-ଗ୍ରେଡ୍‌ ଫିଲ୍ମର ହିରୋଇନ୍‌ ବୋଲି କହିଥିଲେ ଏଜାଜ୍‌ । ଏହା ବିରୋଧରେ ଏବେ ସ୍ୱର ଉତ୍ତୋଳନ କରିଛନ୍ତି ପାୟଲ । ପାୟଲଙ୍କ ଅଭିଯୋଗ ଗ୍ରହଣ କରି ଯେଉଁ ଡିଭାଇସ୍‌ରୁ ତାଙ୍କ ଭିଡିଓ ସେୟାର କରାଯାଇଥିଲା, ତାହାର ଆଇପି ଠିକଣା ବାହାର କରି ତଦନ୍ତ କରାଯିବ ବୋଲି କହିଛନ୍ତି ସାଇବର ପୁଲିସ ।

ସମ୍ବନ୍ଧିତ ଖବର