‘ହିନ୍ଦୁମାନଙ୍କର ଭାବନା ସହ ଖେଳିବାର ପରିଣାମ ଦେଖିନିଅ କେରଳ’ କହି ଟ୍ରୋଲ୍‌ ହେଲେ ଅଭିନେତ୍ରୀ ପାୟଲ

ନୂଆଦିଲ୍ଲୀ : କେରଳରେ ଉପୁଜୁଥିବା ପରିସ୍ଥିତିରେ ସୁଧାର ଆଣିବା ପାଇଁ କିଛି ଲୋକ ସହାୟତାର ହାତ ବଢ଼ାଉଥିବା ବେଳେ କିଛି ଲୋକ ଗୋମାଂସ ଖାଇବାରୁ ଏପରି ଘଟିଲା ବୋଲି କହିବା ଆରମ୍ଭ କରିଛନ୍ତି । କେରଳରେ ଏହି ପରିସ୍ଥିତି ଉପୁଜିବାଠାରୁ କିଛି ଲୋକ  ଏହି ବୟାନ ଦେଇ ଆସୁଛନ୍ତି । କେରଳ ଯଦି ଗୋମାଂସ ଖାଇବା ବନ୍ଦ ନ କରେ ତେବେ ଏହାଠାରୁ ଆହୁରି ଭୟଙ୍କର ପରିଣତି ହେବ ବୋଲି ସୋସିଆଲ ମିଡ଼ିଆ ଜରିଆରେ ଅନେକ ମତ ରଖୁଛନ୍ତି ।

ଏହି ପ୍ରସଙ୍ଗକୁ ନେଇ ଏବେ ନିଜର ମୁହଁ ଖୋଲିଛନ୍ତି ଅଭିନେତ୍ରୀ ପାୟଲ ରୋହତଗୀ । ସେ ଟ୍ଵିଟ୍‌ କରି କେରଳରେ ଗାଈମାନଙ୍କୁ କାଟିବାରେ ପ୍ରତିବନ୍ଧକ ନାହିଁ । କେରଳର ରାଜନେତା ଏବଂ ଲୋକମାନେ ହିନ୍ଦୁ ଧର୍ମର ଅପମାନ କରିବା ଠିକ୍‌ ନୁହେଁ । ଯଦି ଆପଣମାନେ ଧର୍ମକୁ ସମ୍ମାନ ଦେଇ ଏପରି କରିବା ବନ୍ଦ କରୁ ନାହାନ୍ତି,ତେବେ କ୍ଷମା କରିବେ ଭଗବାନ ମଧ୍ୟ ଆପଣଙ୍କୁ ପ୍ରଳୟକାରୀ ବିପର୍ଯ୍ୟୟର ସାମ୍ନା କରାଇ ଚାଲଥିବେ । ଭଗବାନ ଏକ । କିନ୍ତୁ ଆପଣମାନେ କାହାର ଧାର୍ମିକ ଭାବନାକୁ ଏପରି ଆଘାତ କରି ପାରିବେ ନାହିଁ ବୋଲି ଲେଖିଥିଲେ । ପାୟଲଙ୍କ ଏହି ଟ୍ଵିଟ୍‌ ପରେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । କିଛି ଲୋକ ଚର୍ଚ୍ଚିତ ହେବା ପାଇଁ ପାୟଲ ଏପରି ବିବାଦୀୟ ମନ୍ତବ୍ୟ ଦେଇଥିବା କହିଛନ୍ତି । କୌଣସି କାମ ମିଳୁ ନ ଥିବାରୁ ସେ ଏପରି କରିଥିବା ଲୋକେ କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର